ସୌଭାଗ୍ୟ ବୃଦ୍ଧି ପାଇଁ ଆଜିଠାରୁ ଆରମ୍ଭ କରନ୍ତୁ ଏହି କାମ ମିଳିବ ସର୍ବ କାର୍ଯ୍ୟରେ ସଫଳତା

28

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ପାଇବାକୁ ଚାହାଁନ୍ତି I ଜୀବନରେ ବହୁତ ଦୂରକୁ ଯିବାକୁ ଚାହାଁନ୍ତି I ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିବା ପାଇଁ ସେ ଦିନରାତି କଠିନ ପରିଶ୍ରମ କରନ୍ତି I ଏତେ ସବୁ ପରେ ବି ବେଳେବେଳେ ଭାଗ୍ୟ ସାଥ ଦେଇ ନ ଥାଏ I ସବୁଆଡୁ ନିରାଶ ଛାଇ ରହିଥାଏ I କୁହାଯାଏ ଯେ ଯେଉଁଠାରେ ସମସ୍ତ ରାସ୍ତା ବନ୍ଦ ଥାଏ , ସେଠାରେ ଭଗବାନ ନୂତନ ରାସ୍ତା ଖୋଲିଥାନ୍ତି I

ଜ୍ୟୋତିଷ ଶାସ୍ତ୍ରରେ ଏହିଭଳି କିଛି ସହଜ ଉପାୟ ଦିଆଯାଇଛି , ଯାହାକି ଆପଣ ନିୟମିତ ଭାବରେ ପାଳନ କଲେ ବ୍ୟକ୍ତିର ସୁପ୍ତ ଭାଗ୍ୟ ଜାଗ୍ରତ ହୋଇଥାଏ I ଏହା ସହିତ ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସକରାତ୍ମକ ସଫଳତା ପାଇଥାନ୍ତି I ଆସନ୍ତୁ ଜାଣିବା ଏହି ୩ ଟି ସହଜ ଉପାୟ ବିଷୟରେ I

ଗାଈ ଓ କୁକୁର କୁ ରୋଟି ଦିଅନ୍ତୁ
ହିନ୍ଦୁ ଧର୍ମରେ ଗୋମାତା କୁ ଅତ୍ୟନ୍ତ ପବିତ୍ର ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଆମେ ଘରେ ରୁଟି ତିଆରି କରିବା ସମୟରେ ପ୍ରଥମ ରୁଟି ଗାଈ ପାଇଁ ଏବଂ ଶେଷ ରୁଟି ଟି କୁକୁର ପାଇଁ ବାହାର କରି ଦିଅନ୍ତୁ I ଆପଣ ନିୟମିତ ଭାବରେ ଏହି କାର୍ଯ୍ୟ କଲେ ପିତୃ ଦୋଷ ରୁ ମୁକ୍ତି ପାଇବା ସହିତ ସୌଭାଗ୍ୟ ବୃଦ୍ଧି ହୋଇଥାଏ I କେବଳ ଏତିକି ନୁହେଁ, ଆଗକୁ ଆସୁଥିବା ପ୍ରତିବନ୍ଧକରୁ ମଧ୍ୟ ମୁକ୍ତି ମିଳିଥାଏ I

ଭଗବାନ ବିଷ୍ଣୁ ଙ୍କ ପାଇଁ ବ୍ରତ ରଖନ୍ତୁ
ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଗ୍ରହ ରାଜ ବୃହସ୍ପତି ଙ୍କୁ ଭାଗ୍ୟଧିଶ କୁହାଯାଏ । ଯଦି ବୃହସ୍ପତି ଗ୍ରହ ବ୍ୟକ୍ତିର ଜାତକ ରେ ଦୁର୍ବଳ ଥାନ୍ତି , ତେବେ ବ୍ୟକ୍ତି ପ୍ରତ୍ୟକ କାର୍ଯ୍ୟରେ ନିରାଶ ହୁଅନ୍ତି I ଏପରି ପରିସ୍ଥିତିରେ ବୃହସ୍ପତି ଗ୍ରହକୁ ମଜବୁତ କରିବା ପାଇଁ ପ୍ରତି ଗୁରୁବାର ଉପବାସ ରଖନ୍ତୁ I ଏହି ଦିନ କଦଳୀ ଗଛକୁ ପୂଜା କରନ୍ତୁ I ଏହା କରିବା ଦ୍ୱାରା ପ୍ରଭୁ ଶ୍ରୀ ହରିଙ୍କ ଆଶୀର୍ବାଦ ମିଳିବା ସହିତ ଜୀବନରେ ସୁଖ ଏବଂ ସମୃଦ୍ଧି ମିଳିବ I

ପକ୍ଷୀମାନଙ୍କ ପାଇଁ ଦାନା ଓ ପାଣି ରଖନ୍ତୁ
ନିୟମିତ ଭାବରେ ପକ୍ଷୀମାନଙ୍କୁ ଖାଇବାକୁ ଦେଲେ ମଧ୍ୟ ବ୍ୟକ୍ତି ର ଭାଗ୍ୟର ଉନ୍ନତି ହୋଇଥାଏ I ଏହା ସହିତ ଯଦି ସମ୍ଭବ ହୁଏ ପ୍ରତିଦିନ ସକାଳେ ମନ୍ଦିର ଯାଇ ଦର୍ଶନ ପରେ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ I ଏବଂ ବ୍ୟକ୍ତି ଶୁଭ ଫଳ ପାଇଥାଏ I

Comments are closed, but trackbacks and pingbacks are open.