ଓଡ଼ିଶାରେ ଖାଲି ହୋଇଥିବା ୩ ଟି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ

42

ଓଡ଼ିଶାରେ ଖାଲି ହୋଇଥିବା ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ବିଧାନସଭା ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାଲି ହୋଇଥିବା ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ, ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଆରମ୍ଭ ହୋଇଛି । ଆସନ୍ତା ୩୧ ନାମାଙ୍କନ ଦାଖଲର ଶେଷ ତାରିଖ ଭାବେ ବିଜ୍ଞପ୍ତିରେ ଦର୍ଶାଯାଇଛି ।

ତେବେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ଦଳ ସୁପ୍ରିମୋ ସଠିକ ସମୟରେ ନିଷ୍ପତ୍ତି ନେବେ । ରାଜ୍ୟସଭା ରେସ୍‌ରେ ମହିଳାଙ୍କୁ ମିଳିପାରେ ଗୁରୁତ୍ୱ । ସବୁ ନିର୍ବାଚନରେ ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଇଆସିଛି । ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌. ଭାସ୍କର ରାଓ ଓ ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଛି। ଜୁନ୍‌ ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଜୁନ୍‌ ୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଆସନ୍ତା ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ i

Comments are closed, but trackbacks and pingbacks are open.