ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ : ରଘୁରାମ ଆୟର ହେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ

24

ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ନିର୍ବାଚନ କମିଶନଙ୍କ ସ୍ପେଶାଲ ସେକ୍ରେଟାରୀ ରଘୁରାମ ଆର. ଆୟରଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ସହ ଏସସିଇଆରଟି, ଓଡ଼ିଶାର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶ୍ରୀ ଆୟରଙ୍କ ସମେତ ମୋଟ ୧୩ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ରେଜିଷ୍ଟ୍ରାର ଓଏଏସ୍ ସୁଦାମ ଚରଣ ମଣ୍ଡଳଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(କେଭିଆଇ) ଭାବେ ବଦଳି ହୋଇଛି । ସେହିପରି ପାରାଦୀପ ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରିନ୍ଦ୍ର କୁମାର ରାଉତରାୟଙ୍କୁ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ପାରାଦୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାରାଦୀପ ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି ।
ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିଶନର ସୁଭେନ୍ଦୁ କୁମାର ସାହୁଙ୍କୁ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ଦିଆଯାଇଛି । ଢେଙ୍କାନାଳ ହିନ୍ଦୋଳର ସବକଲେକ୍ଟର ଉଦୟ କୁମାର ମହାପାତ୍ରଙ୍କୁ ଢେଙ୍କାନାଳ ଏଡିଏମ ଭାବେ ଦାୟିତ୍ୱ ଦିଆଯାଇଛି ।
ଏହା ସହିତ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ପୂଜା ମିଶ୍ରଙ୍କୁ ଏସ ଆଣ୍ଡ ଟି ବିଭାଗର ଯୁଗ୍ମ ସଚିବ, କନ୍ଧମାଳ ଡିଆରଡିଏର ଏପିଡି ନରେଶ ଚନ୍ଦ୍ର ସବରଙ୍କୁ ଫୁଲବାଣୀ ଆଇଟିଡିଏର ପିଏ, ବରୀର ବିଡିଓ ଶିବାନନ୍ଦ ସ୍ୱାଇଁଙ୍କୁ ଢେଙ୍କାନାଳ ହିନ୍ଦୋଳର ସବକଲେକ୍ଟର, କେଉଁଝର ଆନନ୍ଦପୁର ଅତିରିକ୍ତ ସବକଲେକ୍ଟର ବରେଣ୍ୟେନ୍ଦୁ ମହାନ୍ତିଙ୍କୁ ଭୁବନେଶ୍ୱର ଇଡକୋର ଲ୍ୟାଣ୍ଡ ଅଫିସର, ଫୁଲବାଣୀ ଆଇଟିଡିଏର ପିଏ ବିରେନ୍ଦ୍ର କୁମାର ଦାସଙ୍କୁ ଗଜପତି ଚେଲିଗଡ଼ା ଇରିଗେସନ ପ୍ରୋଜେକ୍ଟର ସ୍ୱତନ୍ତ୍ର ଏଲଏଓ, ମୟୂରଭଞ୍ଜ ଡିଆରଡିଏର ଅତିରିକ୍ତ ପିଡି ପ୍ରିୟବ୍ରତ ପାଢ଼ୀଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିସନର ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed, but trackbacks and pingbacks are open.