ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ:କିଛି ଟ୍ରେନ ସାମୟିକ ଭାବେ ବାତିଲ୍ ଏବଂ ଆଂଶିକ ବାତିଲ୍

21

ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ:
କିଛି ଟ୍ରେନ ସାମୟିକ ଭାବେ ବାତିଲ୍ ଏବଂ ଆଂଶିକ ବାତିଲ୍
ପୂର୍ବ ତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଟ୍ରେନ୍ ଗୁଡିକ ଦୁଇ ଦିନ ପାଇଁ ପ୍ରଭାବିତ ହେବ |
ଟ୍ରେନ୍ ର ବାତିଲ୍:
A. 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 24.05.2022 ଏବଂ 26.05.2022 ଦିନ ବାତିଲ ରହିବ |
B. 08263/08264 ଟିଟିଲାଗଡ-ବିଲାସପୁର-ଟିଟିଲାଗଡ ପାସେଞ୍ଜର ଉଭୟ ପାର୍ଶ୍ୱରୁ 03.06.2022 ଏବଂ 04.06.2022 ଦିନ ବାତିଲ ରହିବ |
ଟ୍ରେନର ଆଂଶିକ ବାତିଲ୍
A . 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 24.05.2022 ଏବଂ 26.05.2022 ତାରିଖ ଦିନ ଭୁବନେଶ୍ୱର ଏବଂ ରେଢ଼ାଖୋଲ ମଧ୍ୟରେ ଚଳାଚଳ କରିବ ଏବଂ ରେଢ଼ାଖୋଲ ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ ଏବଂ 03.06.2022 ଓ 04.06.2022 ତାରିଖ ଦିନ ଭୁବନେଶ୍ୱର ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ |
B . 18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 03.06.2022 ଦିନ ହାଓଡ଼ା ଠାରୁ ଏବଂ 04.06.2022 ଦିନ ଜଗଦଳପୁର ଠାରୁ ହାଓଡ଼ା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ଦିଗରୁ ସମ୍ବଲପୁର ଏବଂ ଜଗଦଳପୁର ମଧ୍ୟରେ ବାତିଲ ରହିବ |

Comments are closed, but trackbacks and pingbacks are open.