ଅଶ୍ବତ୍ଥ ବୃକ୍ଷ ପୂଜା କରିବାର ନିୟମ ଜାଣନ୍ତୁ

31

ସନାତନ ଧର୍ମରେ ଅଶ୍ୱସ୍ଥ ବୃକ୍ଷ କୁ ଭଗବାନ ବିଷ୍ଣୁ ଙ୍କ ପ୍ରତୀକ ଭାବରେ ମାନାଯାଇଥାଏ I କୁହାଯାଏ ଯେ ସମସ୍ତ ଦେବତା ଏହି ଗଛରେ ବାସ କରନ୍ତି I ବିଶେଷ ଭାବରେ ଏହା ଭଗବାନ ବିଷ୍ଣୁଙ୍କ ବାହନ ପକ୍ଷୀରାଜ ଗରୁଡ଼ଙ୍କ ଘର ବୋଲି ହୋଇଥାଏ I ଆମେ ଶିବ ମନ୍ଦିର ଗଲେ ଯେପରି ନନ୍ଦୀ ଙ୍କ କାନରେ କୌଣସି ଇଚ୍ଛା କହିଲେ ଥା ରାତିରେ ନନ୍ଦୀ ମହାଦେବ ଶିବଙ୍କ ନିକଟରେ ପହଞ୍ଚାନ୍ତି , ଠିକ ସେହିଭଳି ଅଶ୍ୱସ୍ଥ ଗଛକୁ ପୂଜା କରି ଏଠାରେ ଗୁପ୍ତ ଭାବରେ ନିଜର ଇଚ୍ଛା ପ୍ରକାଶ କଲେ ଗରୁଡ଼ ଭଗବାନ ଶ୍ରୀ ହରିଙ୍କ ନିକଟରେ ପହଞ୍ଚିଥାନ୍ତି I ସେହିପରି ଅଶ୍ବତ୍ଥ ବୃକ୍ଷକୁ ହିନ୍ଦୁ ଧର୍ମରେ ପବିତ୍ର କୁହାଯାଏ। ମାନ୍ୟତା ରହିଛି ଯେ ପିତୃପୁରୁଷ ମଧ୍ୟ ଏହି ବୃକ୍ଷର ବାସ କରନ୍ତି । ତେଣୁ, ଅଶ୍ବତ୍ଥ ବୃକ୍ଷ ପୂଜାକରିବା ଦ୍ବାରା ସମସ୍ତ ଦେବତାଙ୍କ ସହ ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଅଶ୍ବତ୍ଥ ବୃକ୍ଷର ବିଧି-ବିଧାନ ସହ ପୂଜାକଲେ ଦୁଃଖ କଷ୍ଟ ଦୂର ହୋଇଥାଏ। ସୌଭାଗ୍ୟ ପ୍ରାପ୍ତି ହେବା ସହ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିବା ଅଶ୍ୱସ୍ଥ ଗଛ ର ପୂଜା ବିଧି I

-ଅଥର୍ବ ବେଦରେ ଅଶ୍ବତ୍ଥ ଗଛର ମୂଳକୁ ଦେବତାଙ୍କ ସ୍ୱର୍ଗ ବୋଲି ବର୍ଣ୍ଣନା କରାଯାଇଛି। ସ୍କନ୍ଦ ପୁରାଣ ଅନୁସାରେ, ବୃକ୍ଷମୂଳରେ ବ୍ରମହା , ଗଣ୍ଡିରେ ବିଷ୍ଣୁ ଡାଳରେ ନାରାୟଣ, ପତ୍ରରେ ଶ୍ରୀହରି,ଗଛ ଆଗରେ ଶିବ ଓ ଫଳରେ ସବୁଦେବତାଙ୍କ ବାସ ବୋଲି ବି ବର୍ଣ୍ଣନା ରହିଛି।

-ଶାସ୍ତ୍ରୀୟ ମାନ୍ୟତା ଅନୁସାରେ, ଅଶ୍ବତ୍ଥ ବୃକ୍ଷେର ଜଳ ଅର୍ପଣ କଲେ ଜାତକର ସମସ୍ତ ଦୋଷ ଦୂର ହୁଏ। କିନ୍ତୁ ରବିବାର ଦିନ ଜଳ ଅର୍ପଣ କରିବାକୁ ବାରଣ କରାଯାଇଛି। ଏପରି କରିବା ଦ୍ବାରା ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ।

-ଶନିଙ୍କ ଦୁଷ୍‌ପ୍ରଭାବରୁ ମୁକ୍ତ ହେବା ଲାଗି ପ୍ରତି ଶନିବାର ଜଳ ଲାଗି କରି ସନ୍ଧ୍ୟା ସମୟରେ ଗଛ ମୂଳରେ ସୋରିଷ ତେଲ ର ଦୀପ ଜାଳି ୯ ଥର ପରିକ୍ରମା କଲେ ଗ୍ରହକଷ୍ଟ ଦୂର ହୁଏ।ଏହା ସହ ପ୍ରତି ସନ୍ଧ୍ୟାରେ ଅଶ୍ବତ୍ଥ ବୃକ୍ଷ ମୂଳରେ ଦୀପ ପ୍ରଜ୍ୱଳନ କଲେ ଅଖଣ୍ଡ ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି

-ପିତୃ ଦୋଷ ରୁ ମୁକ୍ତି ପାଇବା ପାଇଁ ସହନିବାର ଦିନ କ୍ଷୀର ସହିତ ଗୁଡ଼ ମିଶାଇ ଅଶ୍ୱସ୍ଥ ଗଛ ମୂଳରେ ଅର୍ପଣ କରନ୍ତୁ ଏହା ସହିତ ‘ ଓଁ ଶନିଶ୍ଚରIୟ ନମଃ’ ଜପ କରନ୍ତୁ I

-ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟୋଦୟ ପୂର୍ବରୁ ବା ରାତ୍ରି ସମୟରେ ଅଶ୍ବତ୍ଥ ବୃକ୍ଷ ପୂଜା କରିବା ଅନୁଚିତ। ଏହି ସମୟରେ ଦେବୀ ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ ବାସ କରିଥା’ନ୍ତି। ତେଣୁ ଏହି ସମୟରେ ପୂଜାକଲେ ଦୁର୍ଭାଗ୍ୟ ବଢ଼ିଥାଏ ବୋଲି କୁହାଯାଏ।

-ଅଶ୍ବତ୍ଥ ବୃକ୍ଷର ଡାଳ କାଟିଲେ ପିତୃଦୋଷ ଲାଗେ ବୋଲି ବିଶ୍ବାସ ରହିଛି। କିନ୍ତୁ ବିଧି ବିଧାନ ଅନୁସାରେ କ୍ଷମା ପ୍ରାର୍ଥନା କରି ଡାଳ କଟା ଯାଇଥାଏ।

Comments are closed, but trackbacks and pingbacks are open.