ମେଡିକାଲ କଲେଜ ସିଟ୍ ଦେବା ନାଁରେ ଠକେଇ ଅଭିଯୋଗ, 2 ଗିରଫ

28

ମେଡିକାଲ କଲେଜ ସିଟ୍ ଦେବା ନାଁରେ ଠକେଇ ଅଭିଯୋଗ । ଦୁଇ ଜଣ ଠକକୁ ଗିରଫ କଲା କମିସନରେଟ ପୋଲିସ । ଦୁଇ ଠକ ହେଉଛନ୍ତି କୋଲକତାର ଅମିତ ବାନାର୍ଜୀ ଓ ବିହାରର ବିକାଶ କୁମାର । ମେ 5 ରେ ପଲ୍ଲବୀ ସାହା ନାମକ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିଥିଲା । ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ସିଟ୍ ଦେବାକୁ କହି ଟଙ୍କା ଠକିଥିଲେ ଅଭିଯୁକ୍


30 ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ ପଲବୀ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କ ପାଖରୁ 11 ଲକ୍ଷ ଟଙ୍କା ଜବତ ହୋଇଛି । 10
ବର୍ଷ ହେଲାଣି ଦୁଇ ଠକ ଲୋକଙ୍କୁ ଠକୁଥିବା ନେଇ ଜଣାପଡିଛି । ମେଡିକାଲ ପରୀକ୍ଷାର ରେଜଲ୍ଟ ଲିଷ୍ଟ ବାହାରିବା ପରେ ପ୍ରାର୍ଥୀଙ୍କୁ ଯୋଗାଯୋଗ କରୁଥିଲେ । ପ୍ରାଙ୍କ୍ କଲ୍ ଆପ ଜରିଆରେ ଫୋନ କରୁଥିଲେ ଠକ


ପ୍ରାଙ୍କ କଲ୍ ଆପରେ କଲ କଲେ ଟ୍ରୁ କଲରେ କୌଣସି ନାଁ ଆସୁ ନଥିଲା । ଫେକ ଅଧାର କାର୍ଡ଼ ଓ କାଗଜପତ୍ର ବ୍ୟବହାର କରି ହୋଟେଲ ଓ ଫ୍ଲାଇଟରେ ଆସୁଥିଲେ ଅଭିଯୁକ୍ତ । ବିଭିନ୍ନ ରାଜ୍ୟରେ ଠକିଥିବା ନେଇ ଅଭିଯୋଗ ହୋଇଛି । ରିମାଣ୍ଡରେ ଆଣି ୨ ଅଭିଯୁକ୍ତଙ୍କୁ ପୋଲିସ ଜେରା କରିବ ବୋଲି ଜଣାପଡିଛି ।

Comments are closed, but trackbacks and pingbacks are open.