IPL 2022 : ମୁମ୍ବାଇ ବିପକ୍ଷରେ ଦିଲ୍ଲୀ ର ୭/୧୫୯ ରନ

121

କର ବା ମର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ର ୧୬୦ ରନ୍‌ର ଟାର୍ଗେଟ ଦେଇ ପାରିଛି ଦିଲ୍ଲୀ କ୍ୟାପିଟାଲ୍ସ। ନିଜର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୫୯ ରନ କରିଛି। ଯଦି ମୁମ୍ବାଇକୁ ଆଜି ଦିଲ୍ଲୀ ହରାଇ ନ ପାରିବ, ତା’ହେଲେ ଦଳର ପ୍ଲେ ଅଫ ସ୍ୱପ୍ନ ମଉଳି ଯିବ। ଦଳ ପକ୍ଷରୁ ରୋଭମାନ ପାଓ୍ଵେଲ ୪୩ ରନ ଏବଂ ଋଷଭ ପନ୍ତ ୩୯ ରନ କରିଛନ୍ତି। ପୃଥ୍ଵୀ ଶ ୨୪ ରନ କରିଥିବା ବେଳେ ଅକ୍ଷର ପଟେଲ୍ ଅପରାଜିତ ୧୯ ରନ କରିଛନ୍ତି। ପନ୍ତ ଏବଂ ପାଓ୍ଵେଲଙ୍କ ମଧ୍ୟରେ ପଞ୍ଚମ ଓ୍ଵିକେଟ୍‌ରେ ୭୫ ରନ ଭାଗିଦାରୀ ଯୋଗୁଁ ଦିଲ୍ଲୀ ଏହି ସ୍କୋରରେ ପହଞ୍ଚି ପାରିଛି। ମୁମ୍ବାଇ ତରଫରୁ ଯଶପ୍ରୀତ ବୁମରା ୨୫ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ରମଣଦୀପ ସିଂହ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମୟଙ୍କ ମାର୍କେଣ୍ଡେୟ ଏବଂ ଡାନିଏଲ ସାମ୍ସ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

Comments are closed, but trackbacks and pingbacks are open.