ଆସନ୍ତା କାଲିଠାରୁ କମିବ ପେଟ୍ରୋଲ ଓ ଡିଜେଲ ଦର

31

ଜନସାଧାରଣଙ୍କୁ ମହଙ୍ଗା ମାଡ଼ରୁ ମିଳିବ ଆଶ୍ବସ୍ତି Iକେନ୍ଦ୍ର ସରକାର ତୈଳ ଦର ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେବା ପରେ ଆସନ୍ତାକାଲିଠୁ ପେଟ୍ରୋଲ ସାଢ଼େ ୯ଟଙ୍କା ଓ ଡିଜେଲ ୭ଟଙ୍କା ଶସ୍ତା ହେବାକୁ ଯାଉଛି । ପେଟ୍ରୋଲ ଉପରୁ ୮ ଟଙ୍କା ଏକସାଇଜ ଡ୍ୟୁଟି ହଟିବା ପରେ ଲିଟର ପିଛ ଦର ୯ ଟଙ୍କା ୫୦ ପଇସା କମରେ ଲୋକଙ୍କ ପାଇଁ ଏହା ଉପଲବ୍ଧ ହେବ । ସେହିଭଳି ଡିଜେଲ ଉପରୁ ଏକସାଇଜ ଡ୍ୟୁଟି ୬ଟଙ୍କା କମିବ । ଏଣିକି ଡିଜେଲ ୭ ଟଙ୍କା କମରେ ମିଳିବ । ରବିବାର ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହେବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.