IPL 2022: ସନ୍ଧ୍ୟାରେ ଭେଟିବେ ମୁମ୍ବାଇ ବନାମ ଦିଲ୍ଲୀ କର ବା ମର ସ୍ଥିତିରେ ଦିଲ୍ଲୀ

30

IPL 2022 ର ଲିଗ୍ ପର୍ଯ୍ୟାୟ ଆସନ୍ତା କାଲି ରବିବାର ଶେଷ ହେବ I ତେଣୁ ଆଜି ଶନିବାର ଅନ୍ତିମ ଲିଗ୍ ପର୍ଯ୍ୟାୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ୱାର୍ଟର ଫାଇନାଲ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲସ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟି ବାକୁ ଯାଉଛି I ଏହି ଗୋଟିଏ ମ୍ୟାଚର ଫଳାଫଳ ଉପରେ ଦୁଇଟି ଦଳ ଦିଲ୍ଲୀ କ୍ୟାପିଟାଲସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଯଦି ଦିଲ୍ଲୀ ଜିତେ, ତେବେ ଆରସିବି ପ୍ଲେ ଅଫରେ ପହଞ୍ଚିବ ନାହିଁ,କିନ୍ତୁ ଯଦି ଦିଲ୍ଲୀ ହାରି ଯାଏ ତେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୧୬ପଏଣ୍ଟ) ପ୍ଲେ- ଅଫ୍‌କୁ ଊନ୍ନୀତ ହେବ । ଏଥିସହିତ ମୁମ୍ବାଇକୁ ପରାସ୍ତ କରିବା ଘଟଣାରେ ଆରସିବି ଚତୁର୍ଥ ଦଳ ହୋଇ ପ୍ଲେ ଅଫରେ ପହଞ୍ଚିବ। ତେଣୁ ଆଜି ର ମ୍ୟାଚ ଦିଲ୍ଲୀ ପାଇଁ ହେବ କର ବା ମର ସ୍ଥିତି I

କ୍ୟାପିଟାଲ୍ସ ୧୩ଟି ମ୍ୟାଚ୍‌ରୁ ୭ ବିଜୟ ସହ ମୋଟ ୧୪ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ମୁମ୍ବାଇକୁ ହରାଇଲେ ଦଳର ପଏଣ୍ଟ ସଂଖ୍ୟା ୧୬ରେ ପହଞ୍ଚିବ । ଚତୁର୍ଥ ସ୍ଥାନରେ ଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ (୧୬) ଦୁର୍ବଳ ରନ୍‌ ରେଟ୍‌ ଯୋଗୁ ପଞ୍ଚମ ସ୍ଥାନକୁ ଖସିବା ସହ ପ୍ଲେ-ଅଫ୍‌ରୁ ବାଦ ପଡ଼ିବ । ଯଦି ମୁମ୍ବାଇ ଶେଷ ଲିଗ୍‌ରେ ବିଜୟୀ ହୁଏ, ତା’ହେଲେ କ୍ୟାପିଟାଲ୍ସର ଅଭିଯାନ ଶେଷ ହୋଇଯିବ । ରୟାଲ୍‌ ଚ୍ୟାଲେଞ୍ଜର୍ସର ଭାଗ୍ୟ ମୁମ୍ବାଇ ଇଣ୍ଡିଆନ୍ସ ହାତରେ ରହିଛି । ତେଣୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସକୁ ସମର୍ଥନ କରିବେ ।

ରିଷଭ ପନ୍ତଙ୍କ ନେତୃତ୍ୱାଧିନ କ୍ୟାପିଟାଲ୍ସ ଦଳ ପୂର୍ବ ଦୁଇଟି ଲିଗ୍‌ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସକୁ ହରାଇଥିଲା । ଏହା ଦଳୀୟ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ କରିଛି । ଅସୁସ୍ଥ ପୃଥ୍ୱୀ ଶ’ଙ୍କ ସ୍ଥାନରେ ପୂର୍ବ ମ୍ୟାଚ୍‌ରେ ଓପନ କରିଥିବା ସର୍ଫରାଜ ଖାନ ବିସ୍ଫୋରକ ବ୍ୟାଟିଂ କରି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ଅନ୍ୟ ପଟରେ ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ ଜବରଦସ୍ତ ଫର୍ମରେ ରହିଛନ୍ତି । କେବଳ ଅଧିନାୟକ ପନ୍ତଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି ।

ମୁମ୍ବାଇକୁ ହରାଇବାକୁ ହେଲେ ପନ୍ତଙ୍କୁ ବଡ଼ ଇନିଂସ୍‌ ଖେଳିବାକୁ ପଡ଼ିବ । ବୋଲିଂ ବିଭାଗ ଦୃଢ଼ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ସହ ସିଜନ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଷନ ଫର୍ମକୁ ଫେରିଲେ ଦଳ ବଡ଼ ସ୍କୋର କରିପାରିବ । ମଧ୍ୟକ୍ରମରେ ଟିମ୍‌ ଭେଡିଡ୍‌ ଓ ଯୁବ ବ୍ୟାଟର ତିଳକ ବର୍ମା ନିମୟିତ ଭଲ ପ୍ରଦର୍ଶନ କରୁଛନ୍ତି । ବୋଲିଂ ବିଭାଗ ଦିଲ୍ଲୀ ବ୍ୟାଟରଙ୍କୁ ରୋକି ପାରିଲେ ଦଳର ବିଜୟ ସହଜ ହୋଇପାରିବ ।

Comments are closed, but trackbacks and pingbacks are open.