କୋଏମ୍ବାଟୁରରେ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିଲେ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ

21

ତାମିଲନାଡୁର କୋଏମ୍ବାଟୁରଠାରେ ପାଳିତ ହୋଇଛି ଆନ୍ତର୍ଜାତିକ ଆର୍ଟ ଅଫ ଗିଭିଂ ଦିବସ। କୋଏମ୍ବାଟୁରର କେପିଆର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଅନୁଷ୍ଠିତ ଏହି ଦିବସରେ କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ ଯୋଗ ଦେଇଛନ୍ତି। ଏ ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ପେନ୍‌ ବାଣ୍ଟିବା ସହ ବୃକ୍ଷରୋପଣ କରିଥିଲେ।


୨୦୧୩ରୁ ପାଳିତ ହୋଇ ଆସୁଛି ଆର୍ଟ ଅଫ ଗିଭିଂ ଦିବସ। ଶିକ୍ଷାବିତ୍‌ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରୟାସ ସମାଜରେ ଖୁସି, ସଂପ୍ରୀତି ଓ ସୌହାର୍ଦ୍ଦ୍ୟ ବଣ୍ଟନ ସହ ଅନ୍ୟକୁ ସାହାଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇ ଆସିଛି। ପ୍ରତିବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତବର୍ଷର ବିଷୟବସ୍ତୁ ରହିଛି ଆଶା-ଆନନ୍ଦ-ସଂପ୍ରୀତି ।

Comments are closed, but trackbacks and pingbacks are open.