‘ନକଲି ଥିଲା ହାଇଦ୍ରାବାଦ ବଳାତ୍କାର ଏନକାଉଣ୍ଟର ମାମଲା ‘ ପୋଲିସ ଅଧିକାରୀଙ୍କ ବିରୋଧରେ ଚାଲିବ ହତ୍ୟା ମୋକଦ୍ଦମା:ଏସସି ପ୍ୟାନେଲ

29

୨୦୧୯ ରେ ହାଇଦ୍ରାବାଦ ମହିଳା ପଶୁ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଦୋଷୀଙ୍କୁ ଏନ୍‌କାଉଣ୍ଟର କରିଥିଲା ପୋଲିସ I ତେବେ ବଳାତ୍କାର ଅଭିଯୁକ୍ତଙ୍କ ମୁକାବିଲାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଫେକ ଏନ୍କାଉଣ୍ଟର ବୋଲି କହିଛି । ଏନ୍‌କାଉଣ୍ଟର ଜାଣିଶୁଣି କରାଯାଇଥିଲା କି ନାହିଁ ସେନେଇ ସୁପ୍ରିମକୋର୍ଟ ଜଷ୍ଟିସ୍ ସିରପୁକରଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରିଥିଲେ। ଆଜି ସେହି କମିଟି କୋର୍ଟରେ ତାଙ୍କ ରିପୋର୍ଟ ସବ୍‌ମିଟ କରିଛନ୍ତି। ଏହା ସହିତ ଏହି କମିଟି ସୁପାରିଶ କରିଛି କି ୪ ଜଣ ଅଭିଯୁକ୍ତ ଙ୍କୁ ହତ୍ୟା କରିଥିବା ୧୦ ଜଣ ପୋଲିସ କର୍ମଚାରୀ ଙ୍କ ଉପରେ ହତ୍ୟା ମକଦ୍ଦମା କରାଯାଉ I
ଏହି ପ୍ୟାନେଲ କହିଛି ଯେ ପୋଲିସ ଦାବି କରିଛି ଯେ ଅଭିଯୁକ୍ତ ମାନେ ପିସ୍ତଲଟି ଛଡ଼ାଇ ନେଇ ଖସିଯିବାକୁ ଚେଷ୍ଟା କରିଥିଲେ , କିନ୍ତୁ ଏହା ଅବିଶ୍ୱସନୀୟ ଏବଂ ଏ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ନାହିଁ I ହତ୍ୟା ଉଦ୍ଦେଶ୍ୟରେ ସେମାନଙ୍କ ଉପରେ ହାଇଦ୍ରାବାଦ ପୁଲିସ ଜାଣିଶୁଣି ଗୁଳି ଚଳାଇଥିଲା ବୋଲି କମିଟି ରିପୋର୍ଟରେ କହିଛି। ସିରପୁରକର କମିଶନ ରିପୋର୍ଟରେ କୁହାଯାଇଛି “ଆମ ବିଚାରରେ ଅଭିଯୁକ୍ତମାନଙ୍କ ଜୀବନ ନେବାକୁ ଜାଣିଶୁଣି ସେମାନଙ୍କୁ ଗୁଳି କରାଯାଇଛି। ଗୁଳିକଲେ ଅଭିଯୁକ୍ତଙ୍କର ମୃତ୍ୟୁ ହେବ ବୋଲି ଜାଣି ଏନ୍‌କାଉଣ୍ଟର କରାଯାଇଛି।” କମିସନ ରିପୋର୍ଟ ସବ୍‌ମିଟ୍ କରିବା ପରେ ତେଲେଙ୍ଗାନା ହାଇକୋର୍ଟଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ପ୍ରକାଶ ଥାଉକି, ୨୦୧୯ ଡିସେମ୍ବର ମାସରେ ୨୬ ବର୍ଷୀୟା ଜଣେ ମହିଳା ଡାକ୍ତର ନିଜ କ୍ଲିନିକ୍‌ରୁ ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କୁ ୪ ଜଣ ଦୁଷ୍କର୍ମ କରିଥିଲେ। ଏହାପରେ ନିକଟସ୍ଥ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣି ଶାଦନଗର ଠାରେ ତାଙ୍କୁ ଜୀବନ୍ତ ଜାଳି ଦେଇଥିଲେ। ଏହି ଘଟଣାରେ ପୁଲିସ ୪ ଦୋଷୀ- ମହମ୍ମଦ ଆରିଫ୍, ଜୋଲ୍ଲୁ ଶିବ, ଡୋଲ୍ଲୁ ନଭୀନ ଏବଂ ଚେନ୍ନାକେଶଭୁଲୁଙ୍କୁ ଏନ୍‌କାଉଣ୍ଟର କରିଥିଲା।

ମାମଲାରେ ପୁଲିସ ଅଭିଯୁକ୍ତଙ୍କ ଉପରେ ଦୋଷ ଲଦି କହିଥିଲା ଯେ ଘଟଣାର ସିନ୍ ରିକ୍ରିଏସନ୍‌ ପାଇଁ ନେବା ବେଳେ ସେମାନେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ନେଇ ସେମାନଙ୍କ ଉପରେ ଗୁଳି କରିଥିଲେ। ବାଧ୍ୟ ହୋଇ ପୁଲିସକୁ ତାଙ୍କ ଉପରେ ଗୁଳି ଚଳାଇଥିଲା ପୁଲିସ କହିଥିଲା। ପୁଲିସର ଏଭଳି ଏନ୍‌କାଉଣ୍ଟରକୁ କେତେକ ତୁରନ୍ତ ନ୍ୟାୟ କହୁଥିବା ବେଳେ ବୁଦ୍ଦୀଜୀବୀମାନେ କିନ୍ତୁ ଏହାକୁ ନିନ୍ଦା କରିଥିଲେ। ଏହି ମାମଲାରେ ତଦନ୍ତ ପାଇଁ ସୁପ୍ରିମକୋର୍ଟ ତିନିଜଣିଆ କମିଟି ଗଠନ କରିଥିଲେ।

ଏନ୍‌କାଉଣ୍ଟର ପରେ ସେତେବେଳେ ଅନେକ ଲୋକ ଏହାକୁ ତୁରନ୍ତ ନ୍ୟାୟ ବୋଲି କହିଥିଲେ। ଏହାପରେ ହାଇଦ୍ରାବାଦ ସମେତ ସାରା ଦେଶରେ ପୁଲିସକୁ ବାହା ବାହା କରିଥିଲେ। ହାଇଦ୍ରାବାଦ୍‌ରେ ଫୁଲ ବର୍ସାଇ ପୁଲିସଙ୍କୁ ସ୍ୱାଗତ କରାଯାଇଥିଲା। ହେଲେ ଏହି ତୁରନ୍ତ ନ୍ୟାୟ ଆଜି କୋର୍ଟରେ ହତ୍ୟା ବୋଲି ପ୍ରମାଣିତ ହୋଇଛି। ହତ୍ୟାକାରୀ ପୁଲିସକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି।


ଘଟଣା ଦିନ ଭୋର ୩ଟା ବେଳେ ପୁଲିସ ଅଭିଯୁକ୍ତକୁ ଦୁଷ୍କର୍ମ ସ୍ଥାନକୁ ଆଣିଥିଲା ଘଟଣା ଦୃଶ୍ୟର ରିକ୍ରିଏସନ ପାଇଁ। ହେଲେ ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ପୁଲିସ ଏନକାଉଣ୍ଟର କରିଥିଲା । ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ୨୦୧୯ ନଭେମ୍ୱର ୨୭ରେ ୪ ଜଣ ମିଣି ଜଣେ ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା କରିଥିଲେ। ମହିଳା ପ୍ରାଣୀଧନ ଡାକ୍ତର ଘରକୁ ଫେରୁଥିଲେ। ହେଲେ ଶାମସାବାଦ ଓଭର ବ୍ରିଜ ପାଖରେ ମହିଳା ଡାକ୍ତରଙ୍କ ସ୍କୁଟି ଚକ ପମ୍ପଚର ହୋଇଯାଇଥିଲା। ଘଟଣାସ୍ଥଳରେ ଅଭିଯୁକ୍ତମାନେ ସ୍କୁଟି ଚକ ଠିକ୍ କରାଇ ଦେବା ଆଳରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ହତ୍ୟା କରି ପୋଡି ଫିଙ୍ଗି ଦେଇଥିଲେ।

Comments are closed, but trackbacks and pingbacks are open.