ଆରସିବି ବନାମ ଜିଟି: ବିରାଟ କୋହଲି ଦେଲେ ଆରସିବି କୁ ସହଜ ବିଜୟ ,ପ୍ଲେ ଅଫ୍ ଆଶା ଉଦ୍ଜୀବିତ

29

ଆଜି ର ଆଇପିଏଲ ୨୦୨୨ ର ୬୭ ତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିରାଟ କୋହଲି ଏକ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ଏହି ମ୍ୟାଚ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜୁରାଟ ଟାଇଟାନ୍ସକୁ ୮ ୱିକେଟରେ ପରାସ୍ତ କରିଛି I କୋହଲି ଚଳିତ ସିଜିନ୍ରୁ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଜିର ଏହି ରୋମାଞ୍ଚକର ବିଜୟ ପପରେ RCB ର ପ୍ଲେ ଅଫ୍ ର ଆଶା ଉଦ୍ଜୀବିତ ରହିଛି I ମ୍ୟାଚରେ ଗୁଜୁରାଟ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ୫ ୱିକେଟ୍ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା ​​I କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର ଉତ୍ତରରେ, ଆରସିବି ୧୮ .୪ ଓଭରରେ ୨ ୱିକେଟ୍ ହରାଇ ୧୬୯ ରନ ର ଲକ୍ଷ୍ୟ ହାସଲ କରି ନେଇଛି I ୧୪ ଟି ମ୍ୟାଚରେ ଏହା ଦଳର ଅଷ୍ଟମ ବିଜୟ | ବର୍ତ୍ତମାନ ଆରସିବି ଦଳ ୧୬ ପଏଣ୍ଟ ପାଇଁ ୫ମ ସ୍ଥାନରୁ ୪ ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି ଇ ଯେଉଁଠାରେ ଗୁଜୁରାଟର ୧୪ ଟି ମ୍ୟାଚ ରୁ ୨୦ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି I ଗୁଜୁରାଟ ଏବଂ ଲକ୍ଷ୍ନୌ ନକ୍ଆଉଟ୍ ରାଉଣ୍ଡରେ ରହିଥିବା ବେଳେ ଅନ୍ୟ ୨ ଟି ଦଳ ପାଇଁ ଏପର୍ଯ୍ୟନ୍ତ ଫଇସଲା ହୋଇନାହିଁ I ତେବେ ବର୍ତ୍ତମାନ ସୁଦ୍ଧା ଏହି ଦୌଡରୁ ୫ ଟି ଦଳ ବାହାରେ ଅଛନ୍ତି I

ଆଜି ର ମ୍ୟାଚ ରେ ଆରସିବି ଆରମ୍ଭରୁ ଭଲ ପ୍ରଦର୍ଶନ କରି ବିରାଟ ୫୪ ବଲ୍ ଖେଳି ସର୍ବାଧିକ ୭୪ ରନ୍ କରିଛନ୍ତି। ସେହିପରି ଟିମ୍‌ର ଫାପ୍ ଡୁପ୍ଲେସିସ୍ ୪୪ ରନ୍ କରିଥିବା ବେଳେ, ଦିନେଶ କାର୍ତ୍ତିକ ୨ ଓ ଗ୍ଲେନ୍‌ ମାକ୍ସୱେଲ୍‌ ଜବରଦସ୍ତ ୪୦ ରନ୍ କରି ନଟ୍‌ଆଉଟ୍ ରହି ଟିମ୍‌କୁ ଜିତାଇଛନ୍ତି।

ବାଙ୍ଗଲୋର ପକ୍ଷରୁ ଓପନିଂ ଆସିଥିବା ବିରାଟ ଓ ଡୁପ୍ଲେସିସ୍ ଯୋଡ଼ି ଭଲ ପ୍ରଦର୍ଶନ କରିଥିଲା। ଉଭୟ ମିଶି ୧୪ .୩ ଓଭର ପର୍ଯ୍ୟନ୍ତ ୧୧୫ ରନ୍ କରିଥିଲେ। ଏହାପରେ ଡୁପ୍ଲେସିସ୍‌ଙ୍କ ୱିକେଟ୍ ପଡ଼ିଥିଲା। ସେହିପରି ୧୬.୪ ଓଭରରେ ବିରାଟ କୋହଲିଙ୍କ ୱିକେଟ ଯାଇଥିଲା। ଏହାପରେ ଦିନେଶ କାର୍ତ୍ତିକ ଓ ଗ୍ଲେନ୍‌ ମାକ୍ସୱେଲ୍‌ ମିଶି ନଟ୍‌ଆଉଟ ରହିବା ସହିତ ମ୍ୟାଚ୍ ଜିତାଇଥିଲେ। ସେହିପରି ଗୁଜୁରାଟ ପକ୍ଷରୁ ରଶିଦ ଖାନ ଦୁଇଟି ୱିକେଟ୍ ନେଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୱିକେଟ୍ ନେଇପାରି ନଥିଲେ।

Comments are closed, but trackbacks and pingbacks are open.