ଜୁଲାଇ ପହିଲାରୁ ଟିଡ଼ିଏସ ନିୟମରେ ହେବ ବଡ଼ ପରିବର୍ତ୍ତନ,ଦାଖଲ କରିବାକୁ ପଡିପାରେ ଅଧିକ ଟ୍ୟାକ୍ସ

22

ଆସନ୍ତା ଜୁଲାଇ ୧ ତାରିଖରୁ TDS ସହିତ ଜଡିତ ନିୟମ ଲାଗୁ ହେବାକୁ ଯାଉଛି । ଏହି କାରଣରୁ ବଜେଟରେ ଆୟକର ଆଇନରେ ଜଡିତ ନୂଆ ଧାରା ୧୯୪ ଆର ଯୋଡି ହୋଇଛି । ଯେଉଁ କାରଣରୁ ଗୋଟିଏ ବର୍ଷ ଭିତରେ ଯଦି ୨୦ ହଜାର କିମ୍ବା ଅଧିକ ଅନୁଲାଭ ମିଳିଥାଏ । ତେବେ ସେଥିରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଟିଡ଼ିଏସ ଦେବାକୁ ପଡେ । ଏହି ନୂଆ ନିୟମ ଜୁଲାଇ ପହିଲାରୁ ଲାଗୁ ହେବ ।

ଅନ୍ୟପକ୍ଷରେ ଅର୍ଥ ମନ୍ତ୍ରାଳୟ ତରଫରୁ ଜାରି ହୋଇଛିଯେ କୌଣସି ବ୍ୟବସାୟ କିମ୍ବା ପେଶାରୁ ମିଳୁଥିବା ଅନୁଲାଭ କିମ୍ବା ଅତିରିକ୍ତ ସୁବିଧା ସମ୍ବନ୍ଧରେ ନୂଆ ସ୍ରୋତରେ ଟିଡ଼ିଏସ ପ୍ରାବଧାନ ଗୁଡିକୁ ନେଇ ମନରେ ଥିବା ଭ୍ରମ ଗୁଡିକୁ ଦୂର କରାଯିବ । ଅର୍ଥ ମନ୍ତ୍ରାଳୟରେ ସଂୟୁକ୍ତ ସଚିବ କମଲେଶ ସି ବାରସେୟ କହିଛନ୍ତିକି ଏହି ପରି ସୁବିଧା ଗୁଡିକ ଅତିରିକ୍ତ ଲାଭ ଅନ୍ତର୍ଗତରେ ଆସିଥାଏ ଆଉ ଏହା ଉପରେ କର ଲାଗୁ ହେବ ।

ଯେବେକି ୨୦୨୦-୨୧ ଆର୍ଥିକ ବର୍ଷରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରାଯାଇ ନାହିଁ ତେବେ ଆପଣ ନନ ଇନକମ ଟ୍ୟାକ୍ସ ଫାଇଲ୍ ର ଲିସ୍ଟରେ ଆସିବେ । ଏହାର ଅର୍ଥଯେ ଆପଣଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ଅଧିକ ଟ୍ୟାକ୍ସ ଭରିବାକୁ ପଡିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଦ୍ୱାରା ଜାରି ହୋଇଥିବା କିଛି ଦିଶାନିର୍ଦ୍ଦେଶ ଗୁଡିକରେ ହାଲୁକା କରିବା ସହିତ ଫାଇଲରସ ପାଇଁ ଏକ ପରିପତ୍ର ଜାରି କରାଯାଇଛି । ଯାହାକି ୨୦୨୨-୨୩ ଆର୍ଥିକ ବର୍ଷରେ ଅଧିକ ଟ୍ୟାକ୍ସ କାଟ ଅଧୀନରେ ଆସିଥାଏ । ସରକୁଲାର ହେଉଥିବା ଏକ ରିପୋର୍ଟ ଅନୁଯାୟୀ, ଯଦି କେହି ଗତ ଆର୍ଥିକ ବର୍ଷ ପାଇଁ ଆଇଟିଆର ଦାଖଲ କରିନାହାନ୍ତି ଓ ତାଙ୍କର ସମୁଦାୟ ଟିଡ଼ିଏସ ତଥା ଟ୍ୟାକ୍ସ ସେହି ବର୍ଷ ୫୦ହଜାର ଟଙ୍କାରୁ ଅଧିକ ଥିଲା, ତେବେ ଏମାନେ ଟିଡ଼ିଏସ ଅଧୀନରେ ଆସିଥାନ୍ତି । ଏହା ସହ ଏହା ବି କୁହାଯାଏକି ବ୍ୟାଙ୍କ ଗୁଡିକୁ ଉଚ୍ଚ ଟିଡ଼ିଏସ ନେଇ ଯାଞ୍ଚ କରିବାକୁ ହେବ ।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ଆର୍ଥିକ ବର୍ଷରେ ଟ୍ୟାକ୍ସ କାଟୁଥିବା ତଥା ଟ୍ୟାକ୍ସ ଆଦାୟ କରୁଥିବା ଅଧିକାରୀଙ୍କ ଉପରୁ କିଛିଟା ଦାୟିତ୍ୱ କମ କରିବା ପାଇଁ ଉଚ୍ଚ କର କାଟୁଥିବା ବ୍ୟକ୍ତିଙ୍କ ତାଲିକାରେ କାହାର ବି ନାଁ ନଥିବା ଜଣାଯାଇଛି । ଏହା ଅନୁଯାୟୀ, ଯଦି କୌଣସି ସଂଶ୍ଲିଷ୍ଟ ବ୍ୟକ୍ତି ୨୦୨୩ ଆର୍ଥିକ ବର୍ଷରେ ୨୦୨୧-୨୨ ବର୍ଷ ପାଇଁ ଆୟର ବୈଧ ବିବରଣୀ ଦାଖଲ କରନ୍ତି, ତେବେ ତାଙ୍କ ନାଁ କର ଦାଖଲକାରୀ ବ୍ୟକ୍ତିଙ୍କ ତାଲିକାରୁ ହଟାଇ ଦିଆଯିବ । ଏହା ଆପଣଙ୍କ ବୈଧ ରିଟର୍ଣ୍ଣ ଦାଖଲ କରୁଥିବା ତାରିଖରେ ହିଁ କରାଯିବ ।

206AB ପ୍ରାବଧାନ ଅଧିନିୟମ ଧାରା ୧୯୪୮ ଅନୁଯାୟୀ ଜଣେ ବ୍ୟକ୍ତି ଭରଚୁଆଲ ଡିଜିଟାଲ ଆସେଟ ଟ୍ରାନ୍ସ୍ଫର କରୁଥିବା ସମୟରେ ତାଙ୍କର କୌଣସି ପ୍ରକାର ଟ୍ୟାକ୍ସ କଟାଯିବ ନାହିଁ । ଯେବେକି ବ୍ୟବସାୟ ମାମଲାରେ ୫୦ ଲକ୍ଷ କିମ୍ବା ୧କୋଟିରୁ ଅଧିକ ବିଡିଏ ଟ୍ରାନଫର ଉପରେ ଟ୍ୟାକ୍ସ କାଟି ଦିଆଯିବ । ଏହା ମଧ୍ୟ କୁହାଯାଇଛିକି ୨୦୬ AB ଓ ୨୦୬ CCA ପ୍ରାବଧାନ ଅନୁଯାୟୀ, ସେହି ବ୍ୟକ୍ତି ମାନଙ୍କୁ ଲିସ୍ଟରେ ସାମିଲ କରାଯିବ ନାହିଁ ଯେଉଁମାନେ ଭାରତରେ ବାସ କରୁନାହାନ୍ତି ।

Comments are closed, but trackbacks and pingbacks are open.