କମିଶନରେଟ ପୋଲିସ ପଞ୍ଝାରେ ୫ ଲୁଟେରା,ମୋବାଇଲ ସୁନା ସମେତ ବାଇକ ଜବତ

28

କମିଶନରେଟ ପୋଲିସ କବ୍ଜାରେ ୫ ଜଣିଆ ଲୁଟେରା ଗାଙ୍ଗ। ଧରାପଡିଥିବା ଲୁଟେରାମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ସମେତ ୮ଟି ମୋବାଇଲ ବାଇକ୍‌ ଜବତ ଜବତ କରିଛି । ଗିରଫଙ୍କ ମଧ୍ୟରେ ୨ କୁଖ୍ୟାତ ଲୁଟେରା ଓ ୩ ଜଣ ଚୋରା ସାମଗ୍ରୀ କ୍ରେତା ଅଛନ୍ତି।

ଗିରଫ ଲୁଟେରାଙ୍କ ନାଁରେ ପୂର୍ବରୁ ଛିନତାଇ ସହିତ ଆତଙ୍କ ରାଜ ଖେଳାଇବାର ମାମଲା ରହିଛି। ନିଛାଟିଆ ସ୍ଥାନରେ ପିଛା କରି ଏମାନେ ଲୁଟ୍‌ କରୁଥିଲେ । ଲୁଟେରାମାନେ ଚକରା ଗ୍ୟାଙ୍ଗର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ସାମ୍ବାଦିକ ସମ୍ମିଳୀନରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।

Comments are closed, but trackbacks and pingbacks are open.