ଆଜିର ରାଶିଫଳ

204

ରାଶିଫଳ ୧୯-୦୫-୨୦୨୨ ଗୁରୁବାର : ମେଷ ରାଶିର ବ୍ୟକ୍ତି ମାନେ କ୍ରୋଧ କୁ ନିୟନ୍ତ୍ରଣ ରେ ରଖନ୍ତୁ I ମିଥୁନ ରାଶିର ବ୍ୟକ୍ତିମାନଙ୍କର ଦିନଟି ଆରାମଦାୟକ ହେବ ,ବ୍ୟବସାୟ ରେ ଉନ୍ନତି କରିବେ I କର୍କଟ ରାଶିର ବ୍ୟକ୍ତିମାନଙ୍କ ସପକ୍ଷରେ ଦିନଟି ଯାଉଛି ଇ ବିଛା ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ I କୁମ୍ଭ ରାଶିର ବ୍ୟକ୍ତି ମାନେ ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଉପଯୁକ୍ତ ରହିବ I

ମେଷ : ନିର୍ଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକୁ ସହଜରେ ସଂପୂର୍ଣ୍ଣ କରିବାକୁ ସକ୍ଷମ ହେବେ I ଶରୀର ସୁସ୍ଥ ରହିବ I ଧାର୍ମିକ କିମ୍ବା ଶୁଭ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି I ତୀର୍ଥଯାତ୍ରାର ଯୋଗ ଅଛି I କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ I କର୍ମକ୍ଷେତ୍ରରେ ସହ କର୍ମୀଙ୍କ ଶୀତ ମତଭେଦ ଦେଖାଦେଇପାରେ I

ବୃଷ : ଅତ୍ୟଧିକ କାର୍ଯ୍ୟଭାର ହେତୁ ସାମାନ୍ୟ ଅସୁସ୍ଥତା ଅନୁଭବ କରି ପାରନ୍ତି Iଆଜି ହଠାତ୍ ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧପଡ କରିବାକୁ ପଡିପାରେ । ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବା ଆଶଙ୍କା ରହିଛି । ସାମୟିକ ଭାବରେ ପୁରାତନ ରୋଗରୁ ପୀଡା ଅନୁଭବ କରିପାରନ୍ତି ।

ମିଥୁନ : ଆଜି ଦିନଟି ଆରାମଦାୟକ, ଆନନ୍ଦଦାୟକ ଏବଂ ଉତ୍ସାହର ସହିତ ଆରମ୍ଭ ହେବ I ଅତିଥି ଏବଂ ସାଙ୍ଗମାନଙ୍କ ସହିତ ପାର୍ଟି ପିକନିକ୍ ଏବଂ ଗ୍ରୁପ୍ ଭୋଜନ ର ଆୟୋଜନ କରିବେ I ନୂତନ ପୋଷାକ, ଅଳଙ୍କାର ଏବଂ ଯାନ ବାହନ କିଣିବାର ସୁଯୋଗ ଆସିପାରେ I ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ I ବୈବାହିକ ଜୀବନ ସୁଖମୟ ହେବ I

କର୍କଟ :ଆଜି ଦିନଟି ଆପଣ ଚିନ୍ତାଶୂନ୍ୟ ହୋଇ ଖୁସି ହେବେ I ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ।

ସିଂହ :ଆଜି ଶରୀରିକ ରୂପରେ ସୁସ୍ଥ ରହିବେ Iକର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ କାର୍ଯ୍ୟପନ୍ଥା ଗ୍ରହଣ କରିବେ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ ।

କନ୍ୟା : ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସକାରାତ୍ମକ ବ୍ୟବହାରରେ ଲୋକମାନଙ୍କୁ ପ୍ରଭାବିତ କରିବେ।

ତୁଳା : ଆପଣଙ୍କ ପାଇଁ ଆଜି ଏକ ଖୁସିର ଦିନ ହେବ I ଆପଣ ପ୍ରତିପକ୍ଷଙ୍କ ସାମ୍ନାରେ ବିଜୟର ସ୍ୱାଦ ପାଇବାକୁ ସକ୍ଷମ ହେବେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ | ଆଜି ସମ୍ପର୍କୀୟଙ୍କ ସହ ମଧୁର ବାର୍ତ୍ତାଳାପ ହେବ । ମାନସିକ ସ୍ତରରେ ମଧ୍ୟ ସୁଖୀ ରହିବେ I କାର୍ଯ୍ୟ କ୍ଷେତ୍ରରେ ଭ୍ରମଣ ଜନିତ କ୍ଲାନ୍ତି ଅନୁଭବ କରିପାରନ୍ତି I

ବିଛା : ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଆପଣଙ୍କୁ ଶୀଘ୍ର ନୂଆ ଦାୟିତ୍ବ ମିଳିପାରେ। ବାଣୀରେ ସଂଯମତା ରଖନ୍ତୁ Iରାଜନୀତିରେ ଯୋଗାଯୋଗ ଭଲ ରହିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ।

ଧନୁ : କାର୍ଯ୍ୟରେ ସଫଳତା ସାଙ୍ଗକୁ ଅର୍ଥଲାଭ ର ଯୋଗ ରହିଛି Iଈର୍ଷାପରାୟଣ ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ସମସ୍ୟା ବୃଦ୍ଧି କରିବା ଆଶଙ୍କା ରହିଛି । ଜମିଜମାରେ କିମ୍ବା ରେଜଷ୍ଟ୍ରେଶନ ସମ୍ପର୍କୀୟ ସମସ୍ୟାକୁ ନେଇ ବିବ୍ରତ ରହିପାରନ୍ତି । ତୀର୍ଥ ଯାତ୍ରା ରେ ଯିବାପାଇଁ ସମ୍ଭାବନା ରହିଛି I

ମକର : ଆଜି ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିରେ ଅଧିକ ବ୍ୟସ୍ତ ରହିବେ I ପୂଜାପାଠ କିମ୍ବା ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ I କଥାବାର୍ତ୍ତାରେ ସଂଯମତା ରଖନ୍ତୁ I ପାରିବାରିକ ଜୀବନ ସୁଖମୟ ହେବ I ଆଗକୁ ଖର୍ଚ୍ଚାନ୍ତ ହୋଇ ପାରନ୍ତି

କୁମ୍ଭ : ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଉତ୍ତମ ଦିନ Iଚାକିରି ବ୍ୟବସାୟରେ ଲାଭ ସହିତ ଅତିରିକ୍ତ ଆୟ ହେବ I ଆପଣ ବନ୍ଧୁମାନଙ୍କଠାରୁ, ବିଶେଷକରି ମହିଳା ବନ୍ଧୁମାନଙ୍କ ଦ୍ୱାରା ଉପକୃତ ହେବେ I ଆପଣ ଙ୍କର ସାମାଜିକ ପ୍ରତିଷ୍ଠା ଖ୍ୟାତି ବୃଦ୍ଧି ପାଇବ I ପାରିବାରିକ ଜୀବନ ସୁଖମୟ ହେବ I

ମୀନ : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ I ସମସ୍ତ କାର୍ଯ୍ୟର ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ପ୍ରେରଣା ଆପଣଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବ I ବ୍ୟବସାୟୀଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ I ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରିପାରନ୍ତି I ସ୍ୱାସ୍ଥ୍ୟ ଭଲ ରହିବ I ପରିବାରରେ ସୁଖ ଏବଂ ଶାନ୍ତି ରହିବ I କାର୍ଯ୍ୟ କ୍ଷେତ୍ରରେ ପ୍ରଗତିର ସମ୍ଭାବନା ରହିବ I ସରକାରୀ ପକ୍ଷରୁ ଲାଭ ମିଳିବ I

Comments are closed, but trackbacks and pingbacks are open.