ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ବଦଳିଲା ଶିକ୍ଷା ଋଣର ସୁଧ ହାର

25

ଆଜି ଅପରାହ୍ନ ରେ ରାଜ୍ୟ କ୍ୟାବିନେଟ ବୈଠକରେ ୩୨ଟି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ଉପରେ ମୋହର ବାଜିଛି । ଏଥି ମଧ୍ୟରୁ ଶିକ୍ଷା ଋଣରେ ସୁଧ ହାର ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ନିଯୁକ୍ତି କିମ୍ବା ନିଯୁକ୍ତି ପାଇନଥିବା ବିଦ୍ୟାର୍ଥୀଙ୍କର ଋଣ ଉପରେ ୧୦ ପ୍ରତିଶତ ସୁଧ ଧାର୍ଯ୍ୟ କରିଛି ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜ୍ୟର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଓଡିଶା ଲୋନ ଷ୍ଟାଇପେଣ୍ଡ ଫଣ୍ଡରୁ ଋଣ ଦେଇଥାନ୍ତି । ତେବେ ଧାର୍ଯ୍ୟ ସମୟରେ ଋଣ ପରିଶୋଧ ନକଲେ ରାଜିନାମା ଅନୁଯାୟୀ ୧୦ ପ୍ରତିଶତ ସୁଧ, ନିଯୁକ୍ତି ପାଇନଥିବା ଋଣ ଖିଲାପକାରୀଙ୍କଠାରୁ ୧୫ ପ୍ରତିଶତ ସୁଧ ଆଦାୟ କରାଯିବ । ତେବେ ବିଦ୍ୟାର୍ଥୀଙ୍କ ଠାରୁ ବିଭିନ୍ନ ପ୍ରମାଣପତ୍ର ମଗାଯାଇ ଯାଞ୍ଚ କରାଯିବାର ଆବଶ୍ୟକତା ପଡିବ ନାହିଁ । ବିଭାଗ ଋଣ ଖିଲାପକାରୀଙ୍କ ଋଣ ଉପରେ ସୁଧର ପରିମାଣ ହିସାବ କରି ଏହାକୁ େôୱବସାଇଟରେ ଅପଲୋଡ କରିବ । ଏହା କରିବା ପରେ ଖିଲାପକାରୀ ତାଙ୍କର ସମଗ୍ର ପରିମାଣ ମୂଳଧନ ଓ ସୁଧ ଏକାଥରେ ଅନଲାଇନରେ ଦେବେ ଓ ସେମାନଙଅକ ଋଣ ପରିଶୋଧର ପ୍ରମାଣପତ୍ର ବି ସଙ୍ଗେ ସଙ୍ଗେ ନେଇପାରିବେ ।

ସେହିପରି ଅନ୍ୟ ବିଭିନ୍ନ ବିଭାଗ ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜଳସମ୍ପଦ, ଦକ୍ଷତା ବିକାଶ, କୃଷି, ଅର୍ଥ, ସାଧାରଣ ପ୍ରଶାସନ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, ସ୍କୁଲ ଓ ଗଣଶିକ୍ଷା,ବିଶେଷକରି ମିଶନ ଶକ୍ତି ଆଦି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Comments are closed, but trackbacks and pingbacks are open.