ଓଡ଼ିଶା ପରିବେଶ କଂଗ୍ରେସ୍‌ରେ ସୋଆ ପକ୍ଷରୁ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳ ସମ୍ବର୍ଦ୍ଧିତ

24

ଭୁବନେଶ୍ୱର, ୧୮/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆୟୋଜିତ ଓଡ଼ିଶା ପରିବେଶ
କଂଗ୍ରେସ୍ –୨୦୨୨ ଅବସରରେ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳଙ୍କୁ “ପରିବେଶ ଓ ବନ୍ୟପ୍ରାଣୀ” ପୁସ୍ତକ ଡିଜାଇନିଂ
କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲର ୍ ଜୁଡିସିଆଲ୍
ମେମ୍ବର ଜଷ୍ଟିସ୍ ବି. ଅମିତ ସ୍ଥାଲେକର ଏବଂ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଏନ୍‌ଜିଟିର ଏକ୍ସପର୍ଟ
ମେମ୍ବର ଶ୍ରୀଯୁକ୍ତ ଶୈବାଳ ଦାସଗୁପ୍ତଙ୍କ ଠାରୁ ଶ୍ରୀ ବିଶ୍ୱାଳ ଏହି ସମ୍ମାନ ଓ ମାନପତ୍ର ଗ୍ରହଣ କରିଛନ୍ତି ।
ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଶ୍ରୀ ବିଶ୍ୱାଳଙ୍କ ଡିଜାଇନ୍ ପ୍ରସ୍ତୁତିରେ ପ୍ରମୁଖ
ଅଭୟାରଣ୍ୟ ଗୁଡ଼ିକର ସୂଚନା ପୁସ୍ତିକା, ପ୍ରଚାର ପତ୍ର, କଫି ଟେବୁଲ୍ ବୁକ୍ ଓ ସୋସିଆଲ୍ ମିଡିଆ ବିଜ୍ଞାପନ ପ୍ରକାଶ
ପାଇଛି । ପ୍ରମୁଖ ପୁସ୍ତକମାନଙ୍କ ମଧ୍ୟରୁ ‘ସାତକୋଶିଆ-ଦି ସିନ୍ ଆଣ୍ଡ ଅନ୍‌ସିନ୍‌, ଚିଲିକା, ଭିତରକନିକା, କୁଲ୍‌ଡିହା,
ମାମାଲ୍‌ସ ଅଫ୍ ଚନ୍ଦକା, ବାର୍ଡସ ଅଫ୍ ପୁରୀ ଓ ବାର୍ଡସ ଅଫ୍ କୁଲଡିହା ଉଲ୍ଲେଖଯୋଗ୍ୟ ।
ବନ୍ୟ ପ୍ରାଣୀ, ବନ୍ୟଜୀବନ ଓ ପ୍ରାକୃତିକ ଶୋଭା ସମ୍ପଦର ଦୃଶ୍ୟାବଳୀ ସଂଯୋଗ ଏହି ପୁସ୍ତକଗୁଡ଼ିକୁ
ଜାତୀୟ ସ୍ତରର ମାନ୍ୟତା ଦିଏ ।
ଗ୍ରାଫିକ କଳାରେ ଧୂରୀଣ ଏହି ଚିତ୍ରଶିଳ୍ପୀଙ୍କ ପକ୍ଷୀ ଓ ବନ୍ୟଜୀବଙ୍କ ରେଖାଚିତ୍ର ଓ ଅଳଂକରଣ ବହୁ
ପ୍ରସାରିତ

Comments are closed, but trackbacks and pingbacks are open.