ଆଇପିଏଲ୍ 2022: ହାଇଦ୍ରାବାଦ ପାଇଁ ୧୭୮ ରନ୍ ଲକ୍ଷ୍ୟ ଦେଲା କୋଲକତା

109

ଆଇପିଏଲ ୨୦୨୨ ର ୬୧ ତମ ମ୍ୟାଚ୍ ପୁଣେର ଏମସିଏ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି I କୋଲକାତା ଅଧିନାୟକ ଶ୍ରେୟାସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ୬ ଟି ୱିକେଟ୍ ହରାଇ ନିର୍ଧାରିତ ୨୦ ଓଭରରେ ୧୭୭ ରନ୍ ସଂଗ୍ରହ କରି ହାଇଦ୍ରାବାଦକୁ ୧୭୮ ରନ୍ ସଂଗ୍ରହ କରିଥିଲା। ତେବେ ପ୍ରାରମ୍ଭିକ ସମୟରେ କୋଲକତାର ବ୍ୟାଟିଂ ବିପର୍ଯୟ ଘଟିଥିଲେ ମଧ୍ୟ ଆଣ୍ଡ୍ରେ ରସେଲ ୨୮ ବଲରେ ୪୯ ରନ୍ ର ଏକ ଚମତ୍କାର ଇନିଂସ ଖେଳିଥିଲେ I ସେ ୩ ଚୌକା ଓ ୪ ଛକା ମାରିଥିଲେ, ସେଥିମଧ୍ୟରୁ ୱାଶିଂଟନ୍ ସୁନ୍ଦର ଙ୍କ ଶେଷ ବୋଲିଂ ର ଶେଷ ଓଭରରେ ୩ ଟି ଛକା ମାରିଥିଲେ I
ଦଳ ପକ୍ଷରୁ ଆନ୍ଦ୍ରେ ରସେଲ ୨୮ ବଲରୁ ୪୯ ରନ କରିଛନ୍ତି। ସାମ ବିଲିଙ୍ଗ୍ସ ୩୪ ରନ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୨୮, ନୀତିଶ ରାଣା ୨୬ ରନ କରିଛନ୍ତି। ହାଇଦ୍ରାବାଦ ତଫରୁ ଉମରାନ ମଲିକ ୩୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଭୁବନେଶ୍ଵ କୁମାର, ମାର୍କୋ ଜନସେନ ଏବଂ ଟି ନଟରାଜନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.