କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକାରୀ ସଫା , ୨୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଲା ଭାରତୀୟ ସେନା

38

କଶ୍ମୀର ପଣ୍ଡିତ ରାହୁଲ ଭଟଙ୍କ ହତ୍ୟାର ୨୪ ଘଣ୍ଟାରେ ପ୍ରତିଶୋଧ ନେଲା ଭାରତୀୟ ସେନା I କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ସୁରକ୍ଷା କର୍ମୀ ତାଙ୍କ ସ୍ତ୍ରୀ ମିନାକ୍ଷୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଦୁଇଦିନ ମଧ୍ୟରେ ରାହୁଲଙ୍କ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ନିପାତ କରାଯିବ । ୨୪ ଘଣ୍ଟା ନପୁରୁଣୁ ହତ୍ୟାକାରୀ ଆତଙ୍କବାଦୀକୁ ନିପାତ କରିଛି ଭାରତୀୟ ସେନା ।
ମିଳିଥିବା ସୂଚନା ଅନୁସାରେ, ଗୁରୁବାର ବଡଗାମ୍ ଅଞ୍ଚଳରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ଏ ଦୁଇ ଲସ୍କର ଆତଙ୍କବାଦୀ ବାନ୍ଦିପୋରା ଯାଇଥିବା ସୂଚନା ମିଳିବା ପରେ ପୁଲିସ ଏମାନଙ୍କ ପିଛା କରିଥିଲା । ଏମାନେ ଆରଗାମ୍ ଅଞ୍ଚଳରେ ଲୁଚିଥିବା ଖବର ପାଇ ସୁରକ୍ଷା ବାହିନୀ ଅପରେସନ୍ ଆରମ୍ଭ କରିଥିବା ବେଳେ ଏମାନଙ୍କ ମୃତ୍ୟୁ ହୋଇଛି । ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ରାହୁଲଙ୍କ ହତ୍ୟା ପ୍ରତିବାଦରେ କଶ୍ମୀର ଘାଟିରେ ପ୍ରାୟ ୩୫୦ ଜଣ ସରକାରୀ କର୍ମଚାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି।
ତେବେ କହିରଖୁଛୁ କି, ଗତକାଲି କିଛି ଆତଙ୍କବାଦୀ ତହସିଲ ଅଫିସରେ ପସି ଗୁଳିମାଡ କରିଥିଲେ । ସେହି ଗୁଳିମାଡରେ ରାଜସ୍ୱ ବିଭାଗର କିରାଣୀ ଭାବେ କାମ କରୁଥିବା ରାହୁଲ ଭଟ୍ଟଙ୍କର ମୃତ୍ୟୁ ହୋଇଥିଲା । ଆତଙ୍କବାଦୀମାନେ ରାହୁଲଙ୍କୁ ଗୁଳି କରିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା।  ତାଙ୍କୁ ଶ୍ରୀନଗରରେ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ‘କଶ୍ମୀର ଟାଇଗର’ ନାମକ ଏକ ସଙ୍ଗଠନ ନିଜକୁ ଦାବି କରିଥିଲା।

Comments are closed, but trackbacks and pingbacks are open.