ସୋଆରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ; ସିଏସ୍‌ଇ ଗ୍ରୁପ୍ ଚାମ୍ପିଅନ, ଆଇଏମ୍‌ଏସ୍ ରନର୍ସଅପ୍‌

27

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଛି। ଏଥିରେ ଆଇଟିଇଆର୍‌ର ଡିପାର୍ଟମେଣ୍ଟ ଅଫ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଗ୍ରୁପ୍ ଚାମ୍ପିଅନ ହୋଇଥିବା ବେଳେ ଆଇଏମ୍‌ଏସ୍ ରନର୍ସ ଅପ୍ ହୋଇଛି। ଏହି ଉଦଯାପନୀ ଉତ୍ସବରେ ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପ୍ରୋଭିସି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କ୍ରୀଡା ଅଧିକାରୀ ଶ୍ରୀମତି ସୁନୀତା ବର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ କନିଷ୍ଠ କ୍ରୀଡାଧିକାରୀ ପ୍ରିୟମ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।


ବାଳକ ଭଲିବଲ୍‌ରେ ଆଇଏମ୍‌ଏସ୍‌, ମହିଳା ବାସ୍କେଟବଲରେ ଆଇଟିଇଆର (ସିଏସ୍‌ଇ), ବାଳକ କବାଡିରେ ଆଇଟିଇଆର (ସିଏସ୍‌ଇ), ମହିଳା କବାଡ଼ିରେ ଆଇଟିଇଆର, ପୁରୁଷ କ୍ରିକେଟରେ ଏମ୍‌ସିଏ, ମହିଳା କ୍ରିକେଟରେ ଆଇଏମ୍‌ଏସ୍‌, ଚେସ୍‌ରେ ଅଂଶୁମାନ ପୂଜାରୀ, ଟେବୁଲ ଟେନିସରେ ଅବିନାଶ ତ୍ରିପାଠୀ, ମହିଳା ଟେବୁଲ୍ ଟେନିସ୍‌ରେ ପାୟଲ ପାଣି, ପୁରୁଷ ଲନ୍ ଟେନିସ୍‌ରେ ବି. ନିପୁନ କୁମାର, ମହିଳାରେ ଅଙ୍କିତା ପଣ୍ଡା ଏବଂ ମହିଳା ଥ୍ରୋ ବଲରେ ଏସ୍‌ଏନ୍‌ସି ଚାମ୍ପିଅନ ହୋଇଛନ୍ତି ।

Comments are closed, but trackbacks and pingbacks are open.