ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ: କୋର୍ଟ ରେ ମାମଲା ଦାଏର

24

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ ପୁଣି ନୂଆ ମୋଡ ନେଇଛି । ଅଇନଜୀବୀଙ୍କ ପକ୍ଷରୁ ପୁରୀ ଏସଡିଜେଏମ୍‌ କୋର୍ଟରେ ଦାୟର ହୋଇଥିବା ମାମଲାର ଶୁଣାଣି ହୋଇଛି । କୋର୍ଟ ମାମଲାର ଶୁଣାଣି କରି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ କରିବାକୁ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଜିଲ୍ଳାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସଡିଜେଏମ୍‌ କୋର୍ଟ । ଏହି ମାମଲାକୁ ନେଇ ପୂର୍ବରୁ ଆଇନଜୀବୀ ଏତଲା ଦେଇଥିଲେ । ମାତ୍ର ଘଟଣାକୁ ଥାନା ଗ୍ରହଣ କରିନଥିଲା ।
ତେବେ ଏଏସଆଇ ପକ୍ଷରୁ ମଧ୍ୟ କୌଣସି ଅନୁମତି ନନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିରର ପ୍ରତିବନ୍ଧିତ ଅଂଚଳରେ ନିର୍ମାଣ ଓ ଖନନ କାମ ଚାଲୁଛି ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ।

Comments are closed, but trackbacks and pingbacks are open.