ଜେନେରାଲ ମନୋଜ ପାଣ୍ଡେଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ସମ୍ମାନିତ କଲେ ରାଷ୍ଟ୍ରପତି

20

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ୨୦୨୨ ମସିହା ପାଇଁ ପ୍ରତିରକ୍ଷା ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସେନା ମୁଖ୍ୟଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ତେବେ ଏପ୍ରିଲ ୩୦ ତାରିଖରେ ଜେନେରାଲ ମନୋଜ ପାଣ୍ଡେଙ୍କୁ ଭାରତୀୟ ସେନାର ଦାୟିତ୍ୱ ଦିଆଯାଇଥିଲା । ତେବେ ମନୋଜ ପାଣ୍ଡେ ହେଉଛନ୍ତି ପ୍ରଥମ ଇଞ୍ଜିନିୟର ଯିଏକି ସେନାର କମାଣ ଧରିଛନ୍ତି । ସେହିପରି କ୍ୟାପଟେନ୍‍ ଆଶୁତୋଷ କୁମାରଙ୍କୁ ମରଣୋତ୍ତର ଭାବେ ସୌର୍ଯ୍ୟଚକ୍ର ପୁରସ୍କାର ପ୍ରଦାନ କରାଯାଇଛି। ସେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂଘର୍ଷରେ ସହିଦ୍‍ ହୋଇଥିଲେ।

Comments are closed, but trackbacks and pingbacks are open.