IPL2022:ଲକ୍ଷ୍ନୌ କୁ ୬୨ ର ନ ରେ ହରାଇ ପ୍ରଥମ ପ୍ଲେ ଅଫ ରେ ଗୁଜରାଟ

20

ଳିତ IPL ଲିଗ୍‌ର ନୂତନ ଦଳ ଗୁଜୁରାଟ ଟାଇଟାନ୍ସ, ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମଙ୍ଗଳବାର ଦିନ ଆଇପିଏଲ୍ ର ପ୍ରଥମ ପ୍ଲେ ଅଫ୍ ପାଇଁ ଟିକେଟ୍ କାଟିଛି। ପୁଣେର ଏମସିଏ ଷ୍ଟାଡିୟମରେ ଖେଳାଯାଇଥିବା ସିଜିନର ୫୭ ତମ ମ୍ୟାଚରେ ଗୁଜରାଟ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୬୨ ରନରେ ପରାସ୍ତ କରିଛନ୍ତି | ଶୁଭମାନ ଗିଲଙ୍କ ଅପରାଜିତ ଅର୍ଦ୍ଧଶତକ ସତ୍ତ୍ୱେ ଗୁଜୁରାଟ ୨୦ ଓଭରରେ ୪ ୱିକେଟ୍ ହରାଇ ୧୪୪ ରନ୍ ସଂଗ୍ରହ କରି ଥିଲା I ଏହାର ଜବାବ ରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଦଳ ମାତ୍ର ୧୩ .୫ ଓଭରରେ ୮୨ ରନ୍କରି ଗୁଜରାଟ ସମ୍ମୁଖରେ ଆତ୍ମ ସମର୍ପଣ କରିଥିଲା । ଗୁଜୁରାଟ ୧୨ ଟି ମ୍ୟାଚ ଖେଳି ଏହା ହେଉଛି ୯ ମ ବିଜୟ I ଏହା ସହିତ ଗୁଜରାଟ ୧୮ ପଏଣ୍ଟ କରି ପ୍ରଥମେ ପ୍ଳେ ଅଫ କୁ ଏଣ୍ଟ୍ରି କରିଛି I
ଲକ୍ଷ୍ନୌ ସେହି ସମାନ ମୁକାବିଲାରୁ ଚତୁର୍ଥ ପରାଜୟ ଭୋଗି ଦ୍ଵିତୀୟ ସ୍ଥାନକୁ ଖସିଛି। ଗୁଜରାଟ ବିଜୟରେ ବିନ୍ଧାଣୀ ସାଜିଛନ୍ତି ବୋଲର। ହାରିଥିଲେ ମଧ୍ୟ ଲକ୍ଷ୍ନୌର ପ୍ଲେ ଅଫରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇ ଯାଇଛି।

ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ଶୁଭମାନ ଗିଲ୍‌ଙ୍କ ଅପରାଜିତ ୬୩ ରନ ବଳରେ ୪ ଓ୍ଵିକେଟ୍ ହରାଇ ୧୪୪ ରନ କରିଥିଲା। ରାହୁଲ ତେଓ୍ଵତିଆ ଅପରାଜିତ ୨୨ ରନ କରିଥିବା ବେଳେ ଡେଭିଡ୍ ମିଲର ୨୬ ରନ କରିଥିଲେ। ଅଭେଶ ଖାନ ୨୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମୋହସିନ ଖାନ ୧୮ ରନ ଏବଂ ଜାସନ ହୋଲଡର ୪୧ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଥିଲେ। ବଡ ସ୍କୋର ହୋଇନଥିଲେ ବି ମ୍ୟାଚ୍ କିଛିଟା ରୋମାଞ୍ଚକର ହେବ ବୋଲି ଆଶା କରାଯାଉଥିଲା। କାରଣ ଲକ୍ଷ୍ନୌ ପରି ଗୁଜରାଟ ବୋଲିଂ ବେଶ ମଜବୁତ ରହିଛି।

ହେଲେ ଲକ୍ଷ୍ନୌ ବ୍ୟାଟସମ୍ୟାନ ଏତେ ଦୟନୀୟ ବ୍ୟାଟିଂ କରିବେ କେବେ ହେଲେ ପ୍ରଶଂସକ ଭାବିନଥିଲେ। ଗୁଜରାଟ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲେ ଲକ୍ଷ୍ନୌ ବ୍ୟାଟସମ୍ୟାନ, ଆଉ ଦଳ ୧୩.୫ ଓଭରରେ ମାତ୍ର ୮୨ ରନରେ ଅଲଆଉଟ୍ ହୋଇଛି ଦଳ। କ୍ଵିଣ୍ଟନ ଡିକକ(୧୧) ଏବଂ ଦୀପକ ହୁଡ୍ଡା(୨୭)ଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଅଧିନାୟକ ଲୋକେଶ ରାହୁଲ ୮ ରନ, କୃଣାଲ ପାଣ୍ଡ୍ୟା ୫ ରନ କରି ଦଳକୁ ନିରାଶ କରିଥିଲେ। ରଶିଦ ଖାନ ୪ ଓ୍ଵିକେଟ୍ ନେଇ ଲକ୍ଷ୍ନୌର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇ ଶାଇ କିଶୋର ଏବଂ ୟଶ ଦୟାଲ ୨ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳର ବିଜୟକୁ ଆହୁରି ସହଜ କରିଥିଲେ।

Comments are closed, but trackbacks and pingbacks are open.