ପଂଚାୟତ ନିର୍ବାଚନ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଆଉ ୩ ଗିରଫ

107

ଚଳିତ ମାସ ମାର୍ଚ୍ଚ ରେ ପଂଚାୟତ ନିର୍ବାଚନ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ଆଉ ୩ ଗିରଫ। ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ। ଘଟଣାରେ ଏବେ ସୁଦ୍ଧା ୨୩ ଜଣଙ୍କୁ ପୋଲିସ ଗିରଫ କରିଛି।
ପଞ୍ଚାୟତ ନିର୍ବାଚନ ବେଳେ ଅର୍ଗସ୍ ନ୍ୟୁଜ୍ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିଲେ। ବିଞ୍ଝାରପୁର ବାଛୋଳରେ ଅଭିଯୁକ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଭୋଟ୍ ବାକ୍ସ ଫିଙ୍ଗିବା ବେଳର ଦୃଶ୍ୟ କଏଦ ବେଳେ ଆକ୍ରମଣ ହୋଇଥିଲା।


ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତ ହେଉଛନ୍ତି ସ୍ୱର୍ଗତ ଦିନବନ୍ଧୁ ମଲ୍ଲିକଙ୍କ ପୁଅ ଉପେନ୍ଦ୍ର ମଲ୍ଲିକ(୬୮), ସ୍ୱର୍ଗତ କପିଳ ମଲ୍ଲିକଙ୍କ ପୁଅ ଛୋଟେଇ ମଲ୍ଲିକ(୪୦), ଦାଶରଥି ମଲ୍ଲିକଙ୍କ ପୁଅ ବିଦ୍ୟାଧର ମଲ୍ଲିକ(୪୫)। ଏମାନେ ଘଟଣା ପରଠାରୁ ଫେରାର ରହିଥିଲେ । ପୁଲିସ ଏମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଆସୁଥିଲା ।
ଗତକାଲି ରାତିରେ ଅଭିଯୁକ୍ତ ମାନେ ଗ୍ରାମକୁ ଫେରିଥିବାର ଖବର ପାଇ ବିଞ୍ଝାରପୁର ଥାନା ଆଇଆଇସି ରଞ୍ଜିତ ମହାନ୍ତି ଚଢାଉ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଆହୁରୀ ୫ ଜଣ ଅଭିଯୁକ୍ତ ଫେରାର ରହିଥିବା ଜଣାପଡିଛି । ପଞ୍ଚାୟତ ନିର୍ବାଚନ ବେଳେ କନକ ନିଉଜ, ନିଉଜ୍ ୭ ଓ ଅର୍ଗସ୍ ନ୍ୟୁଜ୍ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।

Comments are closed, but trackbacks and pingbacks are open.