IPL 2022 : ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୪୪ ରେ ଗୁଜରାଟ

28

ଆଜିର ଆଇପିଏଲ ମ୍ୟାଚ ପୁଣେ ର ଏମସିଏ ଷ୍ଟାଡିୟମରେ ଖେଳାଯାଉଛି i ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଏବଂ ଗୁଜୁରାଟ ଟାଇଟାନ୍ସ (GT) ମଧ୍ୟରେ ୫୭ ତମ ଲିଗ୍ ମ୍ୟାଚ୍ ଖେଳାଯାଉଛି I ତେବେ ଯେଉଁ ଦଳ ଆଜି ମ୍ୟାଚ୍ ଜିତିବ I ସେ ପ୍ଲେ ଅଫ୍ ଦୌଡ଼ରେ ଆଗକୁ ଯାଇପାରିବ I ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୪ ରନ କରିଛି। ହାତରେ ଓ୍ଵିକେଟ୍ ଥାଇ ମଧ୍ୟ ଲକ୍ଷ୍ନୌର ମାପଚୁପ ବୋଲିଂ କାରଣରୁ ଗୁଜରାଟ ବଡ ସ୍କୋର କରି ପାରିନାହିଁ। ପ୍ଲେ ଅଫରେ ପ୍ରବେଶ ପାଇଁ ଲକ୍ଷ୍ନୌ ସାମ୍ନାରେ ରହିଛି ୧୪୫ ରନର ବିଜୟ ଲକ୍ଷ୍ୟ। ଶୁଭମାନ ଗିଲ୍ ଅପରାଜିତ ୬୩ ରନର ଇନିଂସ ଖେଳିଛନ୍ତି। ରାହୁଲ ତେଓ୍ଵତିଆ ୨୨ ରନ କରି ଅପରାଜିତ ଥିଲେ। ଡେଭିଡ୍ ମିଲର ୨୬ ରନ କରିଥିଲେ। ଅଭେଶ ଖାନ ୨୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମୋହସିନ ଖାନ ୧୮ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.