‘ଦେବ ସ୍ମୃତି’ ୨୦୨୨ : ଗୁରୁଜୀ ଦେବପ୍ରସାଦ ଦାସ ଙ୍କ ସ୍ମୃତି ରେ

33

ଅନନ୍ୟ ଓଡିଶୀ ନୃତ୍ୟ ଗୁରୁ ଦେବପ୍ରସାଦ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ତ୍ରିଧାରା‘ ଓଡିଶୀ ନୃତ୍ୟ ଅନୁଷ୍ଠାନ, ଆସନ୍ତା ଜୁନ ୨ ତାରିଖ ଦିନ ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପରେ ୩୬ ତମ ‘ଦେବସ୍ମୃତି‘ ସନ୍ଧ୍ୟା କାର୍ଯ୍ୟକ୍ରମ ପାଳନ କରିବାକୁ ଯାଉଛି I ମହାନ ଓଡିଶୀ ନୃତ୍ୟ ଗୁରୁ ଦେବପ୍ରସାଦ ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହା ପାଳନ କରା ଯାଇଥାଏ I’ତ୍ରିଧାରା’ ଓଡିଶୀ ନୃତ୍ୟ ଅନୁଷ୍ଠାନ ର ଗୁରୁ ଡା. ଗଜେନ୍ଦ୍ର ପଣ୍ଡା, ଯିଏ ଗୁରୁଜୀ ଦେବପ୍ରସାଦ ଦାସ ଙ୍କ ନିକଟରୁ ଓଡ଼ିଶୀ ନୃତ୍ୟ ଶିଖିବାର ସୌଭାଗ୍ୟ ଲାଭ କରିଥିଲେ ,ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପ୍ରତିବର୍ଷ ‘ଦେବ ସ୍ମ୍ରୁତି’ ସନ୍ଧ୍ୟା ର ଆୟୋଜନ କରାଯାଇଥାଏ ।


‘ତ୍ରିଧାରା‘ଓଡିଶୀ ନୃତ୍ୟ ଅନୁଷ୍ଠାନ ର ଗୁରୁ ଡା.ଗଜେନ୍ଦ୍ର ପଣ୍ଡା ଙ୍କ ର ବିଭିନ୍ନ ସ୍ଥାନରେ ଥିବା ଶିଷ୍ୟ ମାନଙ୍କ ଦ୍ୱାରା ଜୁନ ୨ ତାରିଖ ରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି I ସେଥି ମଧ୍ୟରୁ ଭୁବନେଶ୍ୱର ‘ତ୍ରିଧାରା’ନୃତ୍ୟ ଅନୁଷ୍ଠାନ ର ୩୦ ଜଣ, ବେଙ୍ଗାଲୁରୁ’ନୃତ୍ୟ ଅନୁଷ୍ଠାନ ର ୩୦ ଜଣ,ବିଳାସପୁର ନୃତ୍ୟ ଅନୁଷ୍ଠାନ ର ୧୦ ଜଣ, ରାୟପୁର ନୃତ୍ୟ ଅନୁଷ୍ଠାନ ର ୧୦ ଜଣ,ସାରଙ୍ଗ ଗଡ଼ ରୁ ୨୦ ଜଣ , ଦିଲ୍ଲୀ ରୁ ୧୦ ଜଣ ,ଗଜପତି ରୁ ୧୦ ଜଣ ,ରାଞ୍ଚି ରୁ ୧୦ ଜଣ ,ନିରାକାରପୁତ୍ର ରୁ ୧୦ ଜଣ ନୃତ୍ୟଶିଳ୍ପୀ ମାନଙ୍କୁ ନେଇ ‘ଦେବସ୍ମୃତି’ଓଡିଶୀ ନୃତ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ I


ବର୍ତ୍ତମାନ ଗୁରୁ ଡା.ଗଜେନ୍ଦ୍ର ପଣ୍ଡା,ଦୀପିକା ପ୍ରିୟଦର୍ଶିନୀ,ପ୍ରଭୂତୋଷ ପଣ୍ଡାଙ୍କୁ ନେଇ ଚଳିତ ମେ ମାସ ୧ ତାରିଖରୁ ଆସନ୍ତା ଜୁନ ମାସ ୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ (ସମର କ୍ୟାମ୍ପ ) ଚାଲୁ ରହିଛି I ଏଥିରେ ପ୍ରତିଦିନ ୪ ଘଣ୍ଟା ଲେଖାଏଁ ଓଡିଶୀ ନୃତ୍ୟକଳା ,ଥିଓରିଟିକାଲ ନଲେଜ,ସ୍ପେଶାଲ ନିଉ ଓଡିଶୀ କନସେପ୍ଟ କୁ ୪ ଟି ନୃତ୍ୟ ଶିଳ୍ପୀ ଗୃପ ପ୍ରାକ୍ଟିସ କରୁଛନ୍ତି I

ଜୁନ ୨ ରେ ହେବାକୁ ଥିବା’ଦେବସ୍ମୃତି‘ ଉତ୍ସବ ଅନନ୍ୟ ଗୁରୁ ଦେବପ୍ରସାଦ ଙ୍କ ଶୈଳୀରେ ସମସ୍ତ ଓଡିଶୀ ଛାତ୍ରଛାତ୍ରୀ ଯଥା ଭୁବନେଶ୍ୱର ,ଦିଲ୍ଲୀ ,ଛତିଶଗଡ଼,ଗଜପତି ,ନିରାକାରପୁର,ବେଙ୍ଗାଲୁରୁ,ଚୌଦ୍ୱାର,କଟକ ,କନ୍ଦରପୁର ଆଦି ଜାଗାରୁ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି I

Comments are closed, but trackbacks and pingbacks are open.