୨୦୧୯ ନିର୍ବାଚନୀ ପ୍ରତିଶୃତି : କାମର ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ

30

ଚଳିତମାସ ୨୯ ତାରିଖରେ ନବୀନ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୁରଣ ହେବାକୁ ଯାଉଛି । ୨୦୧୯ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ୩ ବର୍ଷରେ କେଉଁ ବିଭାଗ କେତେ ପାଳନ କରିଛି, ତାହାର ହିସାବ ମାଗିଛନ୍ତି ରାଜ୍ୟ ସରକାର। ତାହା ପୂର୍ବରୁ ଆରମ୍ଭ ହୋଇଛି ବିଭାଗୀୟ ସମୀକ୍ଷା । ଏ ସମ୍ପର୍କରେ ଯୋଜନା ଓ ସମନ୍ବୟ ବିଭାଗ ପକ୍ଷରୁ୧୯ଟି ବିଭାଗକୁ ଚିଠି ଲେଖି ରିପୋର୍ଟ ଦେବା ନିର୍ଦେଶ ଦିଆଯାଇଛି । ବିଶେଷକରି ୨୦୨୧ ମେ’ ୨୯ ତାରିଖରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଗୃହୀତ ହୋଇଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗ ଗୁଡିକ କି କି ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ କୁହାଯାଇଛି ।
ବିଜେଡିର ୨୦୧୯ ନିର୍ବାଚନୀ ଇସ୍ତାହାର ଉପରେ। ସରକାରକୁ ଆସିଲେ କେଉଁ ସବୁ କାମ ପ୍ରଥମେ କରାଯିବ ବୋଲି କୁହାଯାଇଥିଲା ଏ ହେଉଛି ତାହାର ଲିଷ୍ଟ । କୃଷକଙ୍କ ହିତ ପାଇଁ କାଳିଆ କମିଶନ ଗଠନ,କାଳିଆ ପାଉଥିବା କୃଷି ପରିବାର ଝିଅ ଲାଗି ଆମ ଝିଅ ଯୋଜନାରେ ୨୫ ହଜାରର ବାହାଘର ସହାୟତା,ଝିଅ ମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ, ସୁନା କନିଆ ଯୋଜନା ଗରିବ ପରିବାର ଝିଅଙ୍କ ବାହାଘର ଲାଗି ୨୫ ହଜାର ଟଙ୍କା ପ୍ରଦାନ,ପ୍ରତି କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ୭୫ ପ୍ରତିଶତ ଯବକଙ୍କୁ ନିଯୁକ୍ତି ଦେବା ଭଳି ପ୍ରସଙ୍ଗ ।

ଏହାବାଦ୍ ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବା, ଓଡିଶାକୁ ଡାକ୍ତରଙ୍କ ବଳକା ରାଜ୍ୟ କରିବା, ୩୧୪ ବ୍ଲକରେ ନର୍ସିଂ ଟ୍ରେନିଂ ସ୍କୁଲ ଖୋଲିବା, ଓଡିଆ ଚଳଚିତ୍ର ଜଗତ ପାଇଁ ନୂଆ ବିଭାଗ ଖୋଲିବା,ଆମ ଗାଁ ଆମ ବିକାଶ ଯୋଜନାକୁ ଚାଲୁ ରଖିବା କଥା ବି କୁହାଯାଇଥିଲା । ସେହିପରି କଟକ ଓ ଭୁବନେଶ୍ବରୁ ମେଟ୍ରୋ ଟ୍ରେନ ଚଳାଇବା,୭୫୦ ବିଜୁ ସେତୁ ନିର୍ମାଣ କରିବା ଓ ପ୍ରତି ଜିଲ୍ଲାରେ ଜିଲ୍ଲା ପର୍ଯ୍ୟଟନ ପିରଷଦ ଖୋଲିବାକୁ ପ୍ରତିଶୃତି ଦେଇଥିଲା ବିଜେଡି ।

ମାତ୍ର ଏ ସବୁ କାର୍ଯ୍ୟ ଆଗେଇବ କଣ ଓଲଟା କାର୍ଯ୍ୟକ୍ରମ ବନ୍ଦ ହେବାରେ ଲାଗିଛି । ଚର୍ଚ୍ଚା ହେଉଛି ୨୪ ନିର୍ବାଚନ ପାଇଁ ସରକାରଙ୍କ ପ୍ରସ୍ତୁତିର ଏହା ହେଉଛି ଅଂଶବିଶେଷ । ସମୀକ୍ଷା ରିପୋର୍ଟକୁ ଭିତ୍ତିକରି ସରକାର ନୂତନ ରଣକୌଶଳ ନିର୍ଦ୍ଧାରଣ କରିବେ ।

Comments are closed, but trackbacks and pingbacks are open.