ବ୍ରଜରାଜନଗର ଉପନିର୍ବାଚନ ପାଇଁ କିଶୋର ପଟେଲ ହେବେ କଂଗ୍ରେସ ପ୍ରାର୍ଥୀ

29

ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲକୁ ଆଉ ମାତ୍ର ୪ଦିନ ଥିବାବେଳେ କଂଗ୍ରେସ ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ଦଳ ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ସର୍ବସମ୍ମତି ନିଷ୍ପତ୍ତି ନେଇଛି। ବିଧିବଦ୍ଧ ଭାବେ ନାଁ ଘୋଷଣା ହୋଇନଥିଲେ ବି ପୁରୁଖା ନେତା କିଶୋର ପଟେଲଙ୍କୁ ପ୍ରାର୍ଥୀ ନେଇ ନିଷ୍ପତ୍ତି ହୋଇଛି । ଆଉ ତାଙ୍କ ନାଁକୁ ହାଇକମାଣ୍ଡଙ୍କୁ ପଠାଇଛି ଦଳ । ଏନେଇ ସୂଚନା ଦେଇଥିଲେ କଂଗ୍ରେସ ସାଂସଦ ସନ୍ତୋଷ ସିଂ ସାଲୁଜା । ଏପଟେ ଶାସକ ବିଜେଡି ମଧ୍ୟ ସେଠାରେ ଦଳର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଟିକେଟ୍ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଶ୍ରୀ ପଟେଲଙ୍କ ପ୍ରାର୍ଥିତ୍ୱ ନିଷ୍ପତ୍ତିକୁ ଝାରସୁଗୁଡ଼ା ଜିଲ୍ଲା କମିଟି, ଟାଉନ୍ କମିଟି ଓ ବ୍ଲକ କମିଟି ସ୍ୱାଗତ କରିବା ସହ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ତାରିଖରେ ଭୋଟ୍ ଗ୍ରହଣ ହେବ । ୧୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବାବେଳେ ଜୁନ୍ ୩ ତାରିଖରେ ଭୋଟ ଗଣତି ହେବ । ୨୦୨୧ ଡିସେମ୍ବର ୩୦ ତାରିଖରେ ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ଯୋଗୁ ବ୍ରଜରାଜନଗର ବିଧାନସଭା ଆସନ ଖାଲି ପଡ଼ିଛି ।

Comments are closed, but trackbacks and pingbacks are open.