IPL2022 : KKR vs LSG ,କୋଲକାତାକୁ ୭୫ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ଲକ୍ଷ୍ନୌ

28

ଆଜି ଆଇପିଏଲ ୨୦୨୨ର ୫୩ ତମ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସକୁ ୭୫ ରନ୍ ରେ ଧୁଳି ଚଟାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ । କୋଲକାତା ଅଧିନାୟକ ଶ୍ରେୟସ୍ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି କୋଲକାତା ଆଗରେ ୧୭୭ ରନ୍ ର ବିଜୟ ଲକ୍ଷ୍ୟ ଯାର୍ଯ୍ୟ କରିଥିଲା ।

ତେବେ ୧୭୭ ରନ୍ ର ପିଛା କରି କୋଲକାତା ୧୪.୩ ଓଭରରେ ମାତ୍ର ୧୦୧ ରନ୍ ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା । ପ୍ରଥମେ ଲକ୍ଷ୍ନୌ ବ୍ୟାଟ୍ସମ୍ୟାନ୍ ଙ୍କ ବ୍ୟାଟିଂରେ କୋଲକାତା ବୋଲର ଘାଇଲା ହେବା ପରେ ଲକ୍ଷ୍ନୌ ବୋଲରଙ୍କ ବୋଲିଂରେ ମଧ୍ୟ କୋଲକାତା ବ୍ୟାଟ୍ସମ୍ୟାନ୍ ଧରାଶାୟୀ ହୋଇଥିଲେ ।

କୋଲକାତା ପାଇଁ ଆଣ୍ଡ୍ରେ ରସେଲ ସର୍ବାଧିକ ୧୯ ବଲରୁ ୪୫ ରନ୍ ସଂଗ୍ରହ କରିଥିଲେ । ଏହା ପଛକୁ ଅନ୍ୟତମ କାରବିୟାନ ସୁନିଲ ନାରିନ ୧୨ ବଲରୁ ୨୨ ରନ୍ ସଂଗ୍ରହ କରିଥିଲେ । ଲକ୍ଷ୍ନୌ ପାଇଁ ସଫଳ ବୋଲର ଭାବରେ ଆଭେଶ ଖାନ୍ ୩ ଓଭର ବୋଲିଂ କରି ୧୯ ରନ୍ ବ୍ୟୟରେ ୩ ୱିକେଟ୍ ଏବଂ ଜାସନ ହୋଲ୍ଡର ୨.୩ ବଲରେ ୩୧ ରନ୍ ବ୍ୟୟ କରି ୩ ୱିକେଟ୍ ହାସଲ କରିଥିଲେ । ଏଥିସହିତ ମୋହସିନ୍ ଖାନ୍ ଗୋଟିଏ,ଦୁଷ୍ମନ୍ତ ଚାମିରା ଏବଂ ରବି ବିଷ୍ଣୁ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଏହି ମ୍ୟାଚରେ ବିଜୟ ସହ କେଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଲକ୍ଷ୍ନୌ ୧୧ ଟି ମ୍ୟାଚ ମଧ୍ୟରୁ ୮ ଟି ଜିତିଛି ଏବଂ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଁଛି । ଲକ୍ଷ୍ନୌ ପ୍ଲେ ଅଫ୍ ସ୍ଥାନ ପାଇବାକୁ ନିକଟତର ହୋଇଥିବାବେଳେ କେକେଆର୍ ୧୧ ଟି ମ୍ୟାଚରୁ ଚାରିଟି ବିଜୟରୁ ଆଠ ପଏଣ୍ଟ ଏବଂ ବର୍ତ୍ତମାନ ନବମ ସ୍ଥାନରେ ରହିଛି ।

Comments are closed, but trackbacks and pingbacks are open.