ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ଚିହ୍ନଟ

23

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇ ସ୍ଥିତି ନିୟନ୍ତ୍ରଣାଧୀନ ଥିବାବେଳେ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୯ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ଭିତରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ଜଣେ ସଂକ୍ରମିତ ରହିଥିବା ସୂଚନା ଦିଆଯାଇଛି । ଆଜି ଏହି ସମସ୍ତ ଆକ୍ରାନ୍ତ ୭ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୩ ଜିଲ୍ଳା କରୋନା ମୁକ୍ତ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱର, ବଲାଙ୍ଗୀର, ଦେବଗଡ଼ ଓ ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ସେହିପରି ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୦ ଜଣ ଆକ୍ରାନ୍ତ । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନା ସକ୍ରିୟ ମାମଲା ୧୦୩ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.