ଇଡି ଜାଲରେ କୁବେର ଆଇଏଏସ ପୂଜା ସିଂଘଲ,ଘରୁ ମିଳିଲା କୋଟି କୋଟି ଟଙ୍କା

25

ଇଡି ଜାଲରେ ପଡିଛନ୍ତି ଜଣେ କୁବେର ଆଇଏଏସ ଅଫିସର I ତାଙ୍କ ଘରୁ ଜବତ ହୋଇଛି କୋଟିଏ କି ଦୁଇ କୋଟି ନୁହେଁ ଏକା ଥରକେ ୧୯ କୋଟି ଟଙ୍କା I ଘର ଭିତରୁ ମିଳିଛି ପେଟି ପେଟି ବିଡ଼ା ବିଡ଼ା ନୋଟ I ଟଙ୍କା ଗଣା ହେବାକୁ ଅନେକ ଇଡି କର୍ମଚାରୀ ଙ୍କ ସହିତ ଦୁଇଟି ମେସିନ ମଧ୍ୟ ନିୟୋଜିତ ହୋଇଛି I
ଘଟଣା ଘଟିଛି ଓଡିଶା ସୀମାବର୍ତି ରାଜ୍ୟ ଝରଖଣ୍ଡରେ I ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ମହିଳା ଆଇଏଏସ ଙ୍କ ଘରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ପକ୍ଷରୁ ଚଢ଼ାଉ ଚାଲିଥିଲା I ମହିଳା ଆଇଏଏସ ଙ୍କ ନାମ ପୂଜା ସିଙ୍ଘଲ । ତାଙ୍କ ଘର ସହିତ ତାଙ୍କ ଅଧୀନ ରେ ବିଭିନ୍ନ ରାଜ୍ୟରେ ଥିବା ୧୮ଟି ସ୍ଥାନରେ ରେଡ୍‌ କରିଥିଲା ଇଡି I ତେବେ ଚଢ଼ାଉ ସମୟରେ ତାଙ୍କ ଘରୁ ମୋଟ୍ ୧୯ କୋଟି ଓ ତାଙ୍କ ଚାଟାର୍ଡ ଆକାଉଂଟାଟ ସୁମନ କୁମାରଙ୍କ ଘରୁ ନଗଦ ୧୭ କୋଟି ଟଂକା ଜବତ କରିଥିବା ବେଳେ ବାକି ୧. ୮ କୋଟି ଟଙ୍କା ଆଉ ଏକ ସ୍ଥାନରୁ ରେଡ୍ ହୋଇଛି । ନଗଦ ଟଂକାର ପରିମାଣ ଏତେ ଅଧିକ ଥିଲା ଯେ ଇଡି ମେସିନ ବ୍ୟବହାର କରି ଟଙ୍କା ଗଣିଥିଲ।।
ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ, ପଞ୍ଜାବ ଏବଂ ଅନ୍ୟ ରାଜ୍ୟ ଏପରି ୧୮ଟି ସ୍ଥାନରେ ରେଡ୍‌ କରିଥିଲା ଇଡି। ୨୦୦୮ରୁ ୨୦୧୧ ମଧ୍ୟରେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାରୁ ମନରେଗା ପାଣ୍ଠିରୁ ୧୮ କୋଟି ଟଙ୍କା ହଡପ୍‌ ଅଭିଯୋଗ ଥିଲା। ଏ ମାମଲାରେ ପୂର୍ବରୁ ଜଣେ ପୂର୍ବତନ ଜୁନିଅର ଇଞ୍ଜିନିୟର ରାମବିନୋଦ ପ୍ରସାଦ ସିହ୍ନା ଗିରଫ କରିଥିଲା ଇଡି। ଏହି ମାମଲାକୁ ନେଇ ଆଜି ପୂଜା ସିଂଘଲ ଓ ତାଙ୍କ ସମ୍ପର୍କୀୟଙ୍କ ଘର ଓ ଅଫିସ୍‌କୁ ଇଡି ରେଡ୍‌ କରିଥିଲା। ପୂଜା ସିଙ୍ଘଲ ୨୦୦୦ ମସିହା ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ। ପୂର୍ବରୁ ଖୁଣ୍ଟି ଜିଲ୍ଲାରେ ଡେପୁଟୀ କମିଶନର ଭାବେ କାର୍ଯ୍ୟ କରୁଥିଲେ।

Comments are closed, but trackbacks and pingbacks are open.