IPL 2022: GT ବନାମ MI : ଗୁଜୁରାଟ ଟାଇଟାନ୍ସ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମେ ବ୍ୟାଟିଂପାଇଁ ଆମନ୍ତ୍ରଣ

27

ଚଳିତ ଆଇପିଏଲ୍‌ର ୫୧ତମ ଲିଗ୍‌ ମ୍ୟାଚ ମୁକାବିଲାରେ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଗୁଜୁରାଟ ଟାଇଟାନ୍ସ ପ୍ରଥମେ ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି I
ଏହି ମ୍ୟାଚ୍‌ ଜିତି ଟାଇଟନ୍ସ ଦଳ ପ୍ଲେ-ଅଫରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେଇ ବିପର୍ଯ୍ୟୟ ଘଟାଇବାକୁ ଯୋଜନା କରୁଛି ।

ଟାଇଟନ୍ସ ଇତି ମଧ୍ୟରେ ୧୦ଟି ମ୍ୟାଚ୍‌ ଖେଳି ୮ ବିଜୟ ସହ ମୋଟ୍‌ ୧୬ ପଏଣ୍ଟ ଅକ୍ତିଆର କରିସାରିଛି । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଆଉ ୪ଟି ମ୍ୟାଚ୍‌ରୁ ଅତି ବେଶୀରେ ୨ ପଏଣ୍ଟ ହାତେଇଲେ ମଧ୍ୟ ପ୍ଲେ-ଅଫ ନିଶ୍ଚିତ ହେବ । ହେଲେ ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ପରିସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ । କ୍ରମାନ୍ୱୟରେ ପ୍ରଥମ ୮ଟି ମ୍ୟାଚ୍‌ ପରାଜିତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ନବମ ମ୍ୟାଚ୍‌ରେ ବିଜୟ ଖାତା ଖୋଲିଥିଲା । ଏଥର ପ୍ଲେ-ଅଫ୍‌ରେ ପ୍ରବେଶ କରିବାର ଆଶା ନାହିଁ । କିନ୍ତୁ ଅନ୍ୟ କିଛି ଦଳକୁ ଅଟକାଇବାର କ୍ଷମତା ରହିଛି । ଅବଶ୍ୟ ଟାଇଟନ୍ସକୁ ଅଟକାଇପାରିବ ନାହିଁ । କିନ୍ତୁ ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ଏହା ଉପଯୁକ୍ତ ସମୟ ।

ମୁମ୍ବାଇ ଇଣ୍ଡିଆନ୍ସକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ରୋହିତ ଶର୍ମା ଓ ଇଶାନ କିଷନ ଫର୍ମ ହରାଇଥିବାରୁ ଦଳକୁ କ୍ଷତି ସହିବାକୁ ପଡ଼ୁଛି । ମ୍ୟାଚ୍‌ରେ ଉଭୟଙ୍କ ବ୍ୟାଟ୍‌ରୁ ବଡ ଇନିଂସ ଆଶା କରାଯାଉଛି । ଟାଇଟନ୍ସ ଦଳ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖଛି । ତଥାପି ବ୍ୟାଟିଂ ବିଭାଗରେ ତ୍ରୁଟି ରହିଛି । ମଧ୍ୟକ୍ରମରେ ଦକ୍ଷ ବ୍ୟାଟର ନାହାନ୍ତି । ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଥିବା ସାଇ ସୁଦର୍ଶନ ମଧ୍ୟ ଆହତ ହୋଇଛନ୍ତି । ଦଳର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ।

Comments are closed, but trackbacks and pingbacks are open.