ପଶ୍ଚିମବଙ୍ଗ ବିଜେପି କର୍ମୀ ଅର୍ଜୁନ ଚୌରାସିଆ ଙ୍କ ହତ୍ୟା ର ହେବ ସିବିଆଇ ତଦନ୍ତ : ଅମିତ ଶାହା

28

ଶ୍ଚିମ ବଙ୍ଗ ରେ ରାଜନୈତିକ ହିଂସା ଦିନକୁ ଦିନ ଉଗ୍ର ରୂପ ନେବାକୁ ଲାଗିଛି I ଶାସକ ଦଳ ଟିଏମସି ଓ ବିଜେପି ମଧ୍ୟରେ ସଙ୍ଘର୍ଷ ଜାରି ରହୁଛି I ଅନେକ ସମୟରେ ବିଜେପି କର୍ମୀ ମାନଙ୍କୁ ହତ୍ୟା ର ଶିକାର ହେବାକୁ ପଡୁଛି I ସେହିପରି ଆଉ ଏକ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି I ଯୁବ ବିଜେପି କର୍ମୀ ଅର୍ଜୁନ ଚୌରାସିଆ ଙ୍କ ମୃତ୍ୟୁ ମାମଲାରେ ବିଜେପି କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ଗୃହମନ୍ତ୍ରୀ ଅମିତ ଶାହା ଅର୍ଜୁନଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଛନ୍ତି। ପଶ୍ଚିମବଙ୍ଗ ଗସ୍ତରେ ଅମିତ ଶାହା ଅର୍ଜୁନଙ୍କ ପରିବାର ସଦସ୍ୟଙ୍କୁ ଭେଟି କହିଛନ୍ତି ଯେ ଏହି ଘଟଣାର ସିବିଆଇ ତଦନ୍ତ କରାଯିବ I

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି ପହଞ୍ଚିଥିବା ଅମିତ ଶାହା ଶୁକ୍ରବାର ଦିନ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଅର୍ଜୁନ ଚୌରାସିଆଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଯେ ଅର୍ଜୁନ ଚୌରାସିଆଙ୍କୁ ହତ୍ୟା କରାଯାଇଛି। ବେଙ୍ଗଲରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଏକ ଷଡଯନ୍ତ୍ର ରଚନା କରାଯାଉଛି I ଏହା ସହିତ ମମତା ବାନାର୍ଜୀ ସରକାର ଙ୍କୁ ଆରୋପ ଲଗାଇ କହିଛନ୍ତି କି ବେଙ୍ଗଲ ର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ କୋର୍ଟ ର ଭରୋସା ନାହିଁ I

ଅନ୍ୟପଟେ ରାଜ୍ୟ ବିଜେପି ନେତା ଦିଲ୍ଲୀପ ଘୋଷ କିଛି ବର୍ଷ ହେବ ବେଙ୍ଗଲ ରେ ଜଜେତେବେଳେ ବିଜେପି ର ସ୍ଥିତି ସୁଦୃଢ ହେବାରେ ଲାଗିଛି, କହିଛନ୍ତି ବିଜେପି ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଅର୍ଜୁନ ଚୌରାସିଆଙ୍କୁ ହତ୍ୟା କରି ଟଙ୍ଗାଇ ଦେଇଛନ୍ତି ।

ସୂଚନା ଅନୁସାରେ ଉତ୍ତର ୨୪ ପ୍ରଗଣା କାଶୀପୁର ରେଲଓ୍ବେ କଲୋନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ରାତିରେ ଅନ୍ୟ ସ୍ଥାନରେ ହତ୍ୟା କରିବା ପରେ ତାଙ୍କ ମୃତଦେହ ଏଠାରେ ଝୁଲାଇ ଦେଇଥିବା ଅନୁମାନ କରାଯାଉଛି । ସେପଟେ ପ୍ରାଥମିକ ତଦନ୍ତ ଅନୁଯାୟୀ ଅର୍ଜୁନ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ପାଦ ଭୂମି ସ୍ପର୍ଶ କରିଛି ।

ଅର୍ଜୁନଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଥିଲା । ବହୁ ସମୟ ପରେ ବିଜେପି କାର୍ଯ୍ୟକର୍ତ୍ତା ମୃତଦେହକୁ ଛାଡିଥିଲେ । ସ୍ଥାନୀୟ ଅଞ୍ଚଳକୁ ଚିତପୁର ପୋଲିସ ସିଲ୍ କରିଦେଇଛି । ଲାଲବାଜାର ଅଞ୍ଚଳର ଗୁଇନ୍ଦା ବିଭାଗ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ତଳରେ ଉପସ୍ଥିତ ଅଛି ।

ବିଜେପି ନେତା କହିଥିଲେ ଯେ, ଅର୍ଜୁନ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ଆମେ ଗୁରୁବାର ରାତିରେ ତାଙ୍କ ନେତୃତ୍ବରେ ୨୦୦ ବାଇକ୍ ରାଲି ଆୟୋଜିତ କରିବାର ଯୋଜନା ମଧ୍ୟ କରିଥିଲୁ । ଶୁକ୍ରବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Comments are closed, but trackbacks and pingbacks are open.