ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ

37

ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି । କୋଭିଡ ସ୍ଥିତି ସ୍ୱାଭାବିକ ହେବା ପରେ ଏଥର ଭକ୍ତ ଙ୍କୁ ରଥ ଯାତ୍ରା ପାଇଁ କୌଣସି କଟକଣା ବାରଣ କରାଯାଇଛି I ତେବେ ଡବଲ ଡୋଜ ଟୀକା କୁ ବାଧ୍ୟତାମୂଳକ କରାଯାଇଛି I ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସରେ ଏହି ବୈଠକ ହୋଇଥିବା ବେଳେ ରଥଯାତ୍ରକୁ କିପରି ସୁରୁଖୁରୁରେ କରାଯାଇପାରିବ ସେନେଇ ଆଲୋଚନା ହୋଇଛି । ୩୦ ଦିନ ମଧ୍ୟରେ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଦେଢରୁ ଦୁଇ ଗୁଣା ଅର୍ଥାତ ପାଖାପାଖି ୧୨ରୁ ୧୫ ଲକ୍ଷ ଭକ୍ତ ଏଥର ଘୋଷଯାତ୍ରାରେ ସାମିଲ ହୋଇପାରନ୍ତି । ତେଣୁ ଏତେ ସଂଖ୍ୟକ ଭକ୍ତ ଗହଳିକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ପ୍ରଶାସନ । ରଥଯାତ୍ରା ସମୟରେ କେବଳ ଦୁଇଟି ଡୋଜ ଟିକା ଓ ବୁଷ୍ଟର ଡୋଜ ନେଇଥିବା ଲୋକେ ପୁରୀ ଆସିବାକୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ । ଏଥିସହ ସାସ୍ଥ୍ୟ ଓ ପରିମଳ, ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ ଭଳି ବିଭିନ୍ନ ସମ୍ପର୍କରେ ଆଲୋଚନା କରାଯାଇଛି । ବସିଥିବା ଏହି ବୈଠକରେ ଏସପି କନ୍ୱର୍ ବିଶାଳ ସିଂଙ୍କ ସମେତ ପୌରସଂସ୍ଥା, ପୂର୍ତ୍ତ ବିଭାଗ, ପାନୀୟ ଜଳ ବିଭାଗ, ବିଜୁଳି ବିଭାଗ, ମନ୍ଦିର ପ୍ରଶାସନ, ପରିବହନ ବିଭାଗ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.