ଭିଜିଲାନ୍ସ ଜାଲରେ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର,୯ଟି ସ୍ଥାନରେ ଚାଲିଛି ଚଢ଼ଉ

33

ଭିଜିଲାନ୍ସ ଜାଲରେ ପଡିଲେ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର I ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତ ଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ୱର ରଘୁନାଥପୁରରେ ୭ ଓ ବାଙ୍କୀରେ ଗୋଟିଏ ଘର ସହିତ, ୯ଟି ସ୍ଥାନରେ ଚଢ଼ଉ ଜାରି ରହିଛି।
ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୧୦ ଜଣ ଇନ୍‌ସପେକ୍ଟର ସାମିଲ ହୋଇଛନ୍ତି। ଜଗନ୍ନାଥଙ୍କ ଭୁବନେଶ୍ୱର ସ୍ଥିତ ରଘୁନାଥପୁରର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ରଘୁନାଥପୁରରେ ତିନି ମହଲା ବିଶିଷ୍ଟ ୨ଟି ଘର ଓ ଗୋଟିଏ ୨ ମହଲା ବିଶିଷ୍ଟ କୋଠାଘର, ରଘୁନାଥପୁର ପୋଖରୀ ନିକଟରେ ଗୋଟିଏ ୧ ମହଲା ଘର, ରଘୁନାଥପୁର ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି।

ସେହିପରି କଳାରାହାଙ୍ଗ ସ୍ଥିତ ପଶୁ ଚିକିତ୍ସା କାର୍ଯ୍ୟାଳୟ, ରଘୁନାଥପୁରର ରୟାଲଆର୍କେଡର ୪୦୧ ନମ୍ବର ଫ୍ଲାଟ ଓ କଟକ ଜିଲ୍ଲା ବାଙ୍କୀର ଚାରିଘରିଆରେ ଥିବା ଗୋଟିଏ ଆଉଟ୍ ହାଉସରେ ଚଢ଼ଉ ଚାଲିଛି।

ତେବେ ବର୍ତ୍ତମାନ ଯାଏ ତାଙ୍କର କେତେ ସଂପତ୍ତି ରହିଛି, ତାହାର ଆକଳନ କରାଯାଇନାହିଁ।

Comments are closed, but trackbacks and pingbacks are open.