ସମ୍ଭାବ୍ୟ ବାତ୍ୟା କୁ ନେଇ ସ୍ପଷ୍ଟ କଲେ IMD ଦକ୍ଷିଣ ଆଣ୍ଡାମାନ ସାଗର ରେ ‘ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ସ୍ପଷ୍ଟ ହୋଇନି ବାତ୍ୟା ଚିତ୍ର’

115

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଆଣ୍ଡାମାନସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ସକାଳ ୫ଟା ୩୦ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତାହା ସହ ଆଇଏମଡି ଡିଜିଙ୍କ କହିବା ଅନୁଯାୟୀ ଆସନ୍ତା ୬ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ବାତ୍ୟାର ଚିତ୍ର ସ୍ପଟ ହେବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଅନ୍ୟପଟେ ଆଜି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କାଳକ୍ରମେ ଏହା ଉତ୍ତର ପଶ୍ଚିମକୁ ଗତିକରି ଅବପାତରେ ପରିଣତ ହେବ ବୋଲି କୁହାଯାଇଛି । ହେଲେ ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ଆକଳନ କରାଯାଇପାରିନାହିଁ । ଲଘୁଚାପ କ୍ଷେତ୍ର ହେବା ପରେ ଏନେଇ ସଠିକ୍‌ ଆକଳନ କରିହେବ ବୋଲି କହିଛନ୍ତି ଆଇଏମଡି ଡିଜି । ତାହାଛଡ଼ା ଲଘୁଚାପ କ୍ଷେତ୍ର ଏଯାଏ ଜଣାପଡ଼ିନଥିବା କାରଣରୁ ତୀବ୍ରତା ଓ ଲ୍ୟାଣ୍ଡଫଲ କେଉଁଠାରେ ହେବ ତାହା ସ୍ପଷ୍ଟ ହୋଇନାହିଁ । ତେବେ ପ୍ରାକ୍‌ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ଆମେ ଏହା ଉପରେ ନିରନ୍ତର ନଜର ରଖିଛୁ । ବାତ୍ୟା ଓଡ଼ିଶା ଉପକୂଳକୁ ଆସିବ କି ନାହିଁ ତାହା ଜଣାପଡ଼ିନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.