ଲାଉଡ଼ସ୍ପିକର ବନାମ ହନୁମାନ ଚାଳିଶା ବିବାଦ : ୬ଟି ସର୍ତ୍ତରେ ରାଣ ଦମ୍ପତି ଙ୍କୁ ମିଳିଲା ଜାମିନ

31

ନବନୀତ୍ ରାଣା ଓ ରବି ରାଣା ଙ୍କୁ ସର୍ତ୍ତ ମୂଳକ ଜାମିନ I ମହାରାଷ୍ଟ୍ରରେ ଲାଉଡ଼ସ୍ପିକର ବନାମ ହନୁମାନ ଚାଳିଶା ବିବାଦ ରେ ଗିରଫ ହୋଇଥିବା ଅମରାବତୀ ର ସ୍ୱାଧୀନ ସଂସାଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କ ସ୍ୱାଧୀନ ସାଂସଦଙ୍କୁ ୬ ଟି ସର୍ତ୍ତରେ ମୁମ୍ବାଇ ସେସନ୍‌ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହା ସହିତ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ସର୍ତ୍ତଗୁଡିକର ଉଲ୍ଲଂଘନ ହୁଏ,କିମ୍ବା , ‘ରାଣା ଦମ୍ପତି ମାମଲା ସହ ଜଡିତ କୌଣସି ବି କଥା ମିଡିଆ ସାମ୍ନାରେ ରଖନ୍ତି ଅଥବା ପ୍ରମାଣ ନଷ୍ଟ କରନ୍ତି ଆଉଥରେ ତାଙ୍କ ତେବେ ଜାମିନ ବାତିଲ ହେବ ଏବଂ ରାଣା ଦମ୍ପତିଙ୍କୁ ପୁଣି ଜେଲକୁ ଯିବାକୁ ପଡ଼ିବ। ସୂଚନା ଅନୁସାରେ ମହାରାଷ୍ଟ୍ର ସିଏମ୍ ଉଦ୍ଧବ ଠାକରେଙ୍କ ବାସଭବନ ବାହାରେ ହନୁମାନ ଚାଳିଶା ପାଠ କରିବା ଘୋଷଣା ହେବା ପରେ ରାଣା ଦମ୍ପତିଙ୍କ ଘର ସାମ୍ନାରେ ଶିବସେନା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ରାଣା ଦମ୍ପତିଙ୍କୁ ରାଜଦ୍ରୋହ ଅଭିଯୋଗରେ ଉଭୟଙ୍କୁ ୨୩ ଏପ୍ରିଲରେ ଗିରଫ କରାଯାଇଥିଲା I

Comments are closed, but trackbacks and pingbacks are open.