IPL 2022, ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ,ହେଟମାୟାର ଙ୍କ ବିସ୍ଫୋରକ ବ୍ୟାଟିଂ,୫/ ୧୫୨ ରନରେ ରାଜସ୍ଥାନ

119

ଆଇପିଏଲ ୨୦୨୨ ର ୪୭ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୫ ଟି ୱିକେଟ୍ ହରାଇ ୧୫୨ ରନ୍ ସଂଗ୍ରହ କରିଛି I ଇନିଂସ ର ୭ ଚୌକ ଓ ଗୋଟିଏ ଛକା ମାରି ସଂଜୁ ସIମସନ ନିଜର ଦମଦାର ୫୪ ରନ କରିଥିଲେ I ସିମରନ ହେଟମାୟର ଦ୍ରୁତ ୨୭ ରନ କରିବାରୁ ରାଜସ୍ଥାନ ଏହି ସ୍କୋରରେ ପହଞ୍ଚି ପାରିଛି। ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବାକୁ ହେଲେ ଲୋଲକାତାକୁ ୧୫୩ ରନ କରିବାକୁ ପଡିବ। କୋଲକାତା ନାଇଟ୍ ରାଇଡର୍ସର ମାପଚୁପ ବୋଲିଂ ରାଜସ୍ଥାନକୁ ବଡ ସ୍କୋର କରିବାକୁ ଦେଇ ନାହିଁ। କୋଲକାତା ପକ୍ଷରୁ ଟିମ୍ ସାଉଦି ୪୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୁନିଲ ନାରିନ କୌଣସି ସଫଳତା ପାଇନଥିଲେ ବି ସବୁଠୁ କମ ରନ ଦେଇଛନ୍ତି। ରାଜସ୍ଥାନ ପକ୍ଷରୁ ବଟଲର ୨୨ ରନ କରିଥିଲେ ହେଁ ୨୫ଟି ବଲ୍ ଖେଳିଥିଲେ। ରିଆନ ପରାଗ ୧୯ ରନ କରିଥିଲେ। ତେବେ ପ୍ଲେ ଅଫ ରେସ ରେ ତିଷ୍ଠି ରହିବା ପାଇଁ କେକେଆର ପାଇଁ ଏହି ମ୍ୟାଚ ଜିତିବା ନିହାତି ଜରୁରୀ ହେବା ଜଣାପଡୁଛି I

Comments are closed, but trackbacks and pingbacks are open.