ଆଜି ର ରାଶିଫଳ

42

ରାଶିଫଳ ୦୨ ମଇ୨୦୨୨ : ଆଜି ଏହି ରାଶି ମାନଙ୍କରେ ଘରକୁ ବନ୍ଧୁ ଆସି ପାରନ୍ତି I କର୍କଟ ରାଶି ମାନଙ୍କର କାର୍ଯ୍ୟସିଦ୍ଧି ସାଙ୍ଗକୁ ଆର୍ଥିକ ସହାୟତା ମିଳିବ I ତୁଳାରାଶି ମାନଙ୍କର ଅତ୍ୟଧିକ ଘର ଖର୍ଚ ବଢିବ I

ମେଷ: କାର୍ଯ୍ୟ ସିଦ୍ଧି ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ସୃଷ୍ଟି କରିବ । ଆତ୍ମୀୟଙ୍କ ଗହଣରେ ଦୁଃଖକୁ ପାସୋରି ଦେବେ । ଶାରୀରିକ ସୁସ୍ଥତା ଓ ବନ୍ଧୁଙ୍କ ପରାମର୍ଶ ଯୋଗୁ ମନ ଖୁସି ରହିବ । ବନ୍ଧୁଙ୍କ ଅନୁରୋଧ ବଶତଃ ଦୂରଯାତ୍ରା କରିବାକୁ ପଡିପାରେ ।

ବୃଷ : ଆଜି ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ଆପଣଙ୍କ ଜୀବନଯାତ୍ରାକୁ ସରଳୀକୃତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ତର୍ଦାହ ସୃଷ୍ଟି କରିପାରେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

ମିଥୁନ : ଆଜି ପ୍ରତ୍ୟେକ ପରିସ୍ଥିତିରେ ନିଜ ଲୋକ ଦ୍ୱାରା ସାହାର୍ଯ୍ୟ, ସହ-ଯୋଗ ର ଅଭାବ ରହିବ ନାହିଁ । ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ପରୋକ୍ଷ ଶତ୍ରୁତା କେତେକ କାମକୁ ସାମୟିକ ଅଟକାଇ ଦେଇପାରେ ।

କର୍କଟ : ଯେଉଁମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟତମ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

ସିଂହ : ଦୀର୍ଘ ସମୟ ଅତିକ୍ରାନ୍ତ ପରେ ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ । ବିକ୍ଷିପ୍ତ ଭାବଧାରାର ଅବ୍ୟବସ୍ଥିତ ମନ ଜୀବନଯାତ୍ରାକୁ ବିଶୃଙ୍ଖଳିତ କରିପାରେ । ଏହା ବ୍ୟତୀତ ସବୁ ପ୍ରକାରର ସୁବିଧା ଥିଲେ ମଧ୍ୟ ପାରିବାରିକ ଜୀବନରେ କିଛିଟା ଅଭାବ ଅନୁଭବ କରିବେ ।

କନ୍ୟା : ଆଜି ବନ୍ଧୁଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବେ। କଳା,ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଜିର ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ ଆଲୋଚନା ସକାଶେ ଦିନଟି ମନ୍ଦ ହେବନାହିଁ।

ତୁଳା : ଗ୍ରହସ୍ଥିତିର ସୁପ୍ରଭାବରୁ ସବୁ କାମ କରିବାର ଧୈର୍ଯ୍ୟ ପୂର୍ଣ୍ଣମାତ୍ରାରେ ରହିବ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ତଥାପି ପରିସ୍ଥିତି ବଶତଃ କର୍ମକ୍ଷେତ୍ରରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି ।

ବିଛା : ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛ। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତି ରେ ପ୍ରଶଂସିତ ହେବେ।

ଧନୁ : ଆଜି ଯାହା କରିବାକୁ ଚାହୁଁଛନ୍ତି, ତାହା ସମ୍ପନ୍ନ କରିବା ସହଜସାଧ୍ୟ ହେବନାହିଁ। କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ସକାଳର ଖୁସି ଅପରାହ୍ନକୁ ରହି ନ ପାରେ। ସଭାସମିତିରେ ସମ୍ମାନୀୟ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇବେ।

ମକର : କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ରାଜନୀତିରେ କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ।

କୁମ୍ଭ : ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ଅଭାବ ଅସୁବିଧା ନ ଥିଲେ ମଧ୍ୟ ବନ୍ଧୁ, ପରିଜନଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ବ୍ୟବସାୟରେ ଝଗଡ଼ା ଓ ଯାତ୍ରାରେ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

ମୀନ : ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ଦୀର୍ଘ ଦିନରୁ ଅଟଳି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

Comments are closed, but trackbacks and pingbacks are open.