୧୪ ବିଶିଷ୍ଟ ବ୍ୟକ୍ତିଙ୍କୁ କିସ୍‌ ପକ୍ଷରୁ ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌ ଉପାଧି ପ୍ରଦାନ

42

ସାନ୍ତାଳୀ, କିଶାନ, କୁଟିଆ କନ୍ଧ ଭଳି ଜନଜାତି ସଂପ୍ରଦାୟର ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି ।
କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କୁ ଏହି ଉପାଧି ପ୍ରଦାନ କରିବା ସହ ଆଜି କିସ୍‌ ବିଶ୍‌ବିଦ୍ୟାଳୟର ଯଥାର୍ଥ ପ୍ରତିପାଦିତ ହୋଇ ପାରିଲା ବୋଲି କହିଥିଲେ । ଦୀର୍ଘ ୩୦ ବର୍ଷ ହେଲା କିସ୍‌ ଜନଜାତିଙ୍କ ସେବା କରି ଆସୁଛି । ଏହି ୧୪ ଜଣ ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌ ନିଜ ନିଜ ଜାତିର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ଉପରେ ଗଭୀର ଜ୍ଞାନ ହାସଲ କରିଛନ୍ତି । ସେମାନେ ଆଜିଠାରୁ କିସରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରମ୍ପରା ଉପରେ ଶିକ୍ଷାଦାନ କରିବେ ବୋଲି ଡ. ସାମନ୍ତ କହିଥିଲେ ।

Comments are closed, but trackbacks and pingbacks are open.