କିଟ୍‌ କିସ୍‌ ପକ୍ଷରୁ ମେୟର ଓ ଡେପୁଟି ମେୟରଙ୍କୁ କରାଗଲା ସମ୍ବର୍ଦ୍ଧିତ

29

କିଟ୍‌ ଓ କିସ୍‌ ପକ୍ଷରୁ ଭୁବନେଶ୍ୱର ଓ କଟକ ମହାନଗର ନିଗମର ନବ ନିର୍ବାଚିତ ଦୁଇ ମେୟର ଓ ଦୁଇ ଡେପୁଟି ମେୟର ସମ୍ବର୍ଦ୍ଧିତ । ସିଏମ୍‌ସି ମେୟର ସୁବାସ ସିଂ, ବିଏମ୍‌ସି ମେୟର ସୁଲୋଚନା ଦାସ, ସିଏମ୍‌ସି ଡେପୁଟି ମେୟର ଦମୟନ୍ତୀ ମାଝୀ ଓ ଭୁବନେଶ୍ୱର ଡେପୁଟି ମେୟର ମଞ୍ଜୁଲତା କହଁରଙ୍କୁ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଥିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, କିଟ୍‌ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୂଳପତି ପ୍ରଫେସର ଶରଣଜିତ୍‌ ସିଂହ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଡକ୍ଟର ଅଚ୍ୟୁତ ସାମନ୍ତ ସ୍ଥାନୀୟ ଅଞ୍ଚଳର ଅସୁବିଧା ଓ ଟ୍ରାଫିକ୍‌ ସମସ୍ୟା ସଂପର୍କରେ ବିଧାୟକ ଓ ମେୟରଙ୍କୁ ଅବଗତ କରାଇଥିଲେ। ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ମେୟର ସୁଲୋଚନା ଦାସ ଓ ବିଧାୟକ ସୁଶାନ୍ତ ରାଉତ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.