IPL 2022 :SRH ବନାମ CSK, ଧୋନି ଅଧିନାୟକ ହେବାପରେ CSK ର ପ୍ରଥମ ବିଜୟ, ୧୩ ରନ ରେ ହାଇଦ୍ରାବାଦ ପରାସ୍ତ

23

IPL2022 ର ଆଜିର ମ୍ୟାଚ ରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ସମ୍ଭାଳିଥିଲେ ଏମଏସ ଧୋନି I ଅଧିନାୟକ ପଦ ନେଇ ସେ ନିଜକୁ ପୁଣି ଥରେ ପ୍ରମାଣ କରିଛନ୍ତି I ଆଇପିଏଲ୍ ୨୦୨୨ ର ୪୬ ତମ ମ୍ୟାଚ୍ ରେ CSK ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନ୍ ରେ ପରାସ୍ତ କରିଛି I IPL ର ଚଳିତ ସିଜିନ୍ରୁ ରେ ପ୍ରଥମ ଥର ପାଇଁ ସିଏସକେ ର ପାଇଁ ଅଧିନାୟକ ପଦ ସମ୍ଭାଳିଛନ୍ତି ଏମ.ଏସ.ଧୋନି I ପୂର୍ବର ଦଳ ର ୮ ଟି ମ୍ୟାଚ ରେ ରବୀନ୍ଦ୍ର ଜାଡେଜା ଅଧିନାୟକ ଥିବାବେଳେ ଦଳର ଖରାପ ପ୍ରଦର୍ଶନ ହେତୁ ସେ ଅଧିନାୟକତ୍ୱ ଛାଡିଥିଲେ। ଧୋନି ଙ୍କ ନେତୃତ୍ୱ ରେ ଚଳିତ ମ୍ୟାଚ୍‌ରେ (SRH ବନାମ CSK), CSK ପ୍ରଥମେ ବ୍ୟାଟିଂ କରି ୨ ୱିକେଟ୍ ପାଇଁ 202 ରନ୍ ସ୍କୋର କରିଥିଲା ​​I ରିତୁରାଜ ଗାଇକୱାଡ ଏବଂ ଡିଭନ୍ କନୱେ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହାର ଉତ୍ତରରେ ହାଇଦ୍ରାବାଦର ଦଳ ମାତ୍ର ୬ ୱିକେଟ୍ ହରାଇ ୧୮୯ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ୯ ଟି ମ୍ୟାଚରେ ଏହା ଦଳର ତୃତୀୟ ବିଜୟ I ଏହା ସହିତ ଦଳର ପ୍ଲେ ଅଫ୍ ର ଆଶା ଉଜ୍ଜୀବିତ ରହିଛି I ଏଥିସହିତ ହାଇଦ୍ରାବାଦ ୯ ଟି ମ୍ୟାଚରେ ଏହା ହେଉଛି ଚତୁର୍ଥ ପରାଜୟ I

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଋତୁରାଜ ଗାଏକଓ୍ଵାଡଙ୍କ ବିସ୍ଫୋରକ ୯୯ ରନ ଏବଂ ଡେଭନ କନଓ୍ଵେ ଅପରାଜିତ ୮୫ ରନ ବଳରେ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୦୨ ରନ କରିଥିଲା। ଜବାବରେ ସନରାଇଜର୍ସ ହାଇଦ୍ରାବାଦ ୬ ଓ୍ଵିକେଟ୍ ହରାଇ ୧୮୯ ରନ କରି ପାରିଛି। ନିକୋଲାସ ପୁରନ ୬୪ ରନର ଧୂଆଁଧାର ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇ ପାରି ନାହାନ୍ତି। ଅଧିନାୟକ କେନ ଓ୍ଵିଲିୟମସନ ୪୭ ଏବଂ ଅଭିଷେକ ଶର୍ମା ୩୯ ରନ କରିଥିଲେ। ମୁକେଶ ଚୌଧୁରୀ ୪୬ ରନ ଦେଇ ୪ ଓ୍ଵିକେଟ୍ ହାସଲ କରି ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।

Comments are closed, but trackbacks and pingbacks are open.