ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦରୁ ଓହରିଲେ ଜାଡେଜା, ପୁଣିଥରେ ଅଧିନାୟକ ହେଲେ ମହେନ୍ଦ୍ର ସିଂ ଧୋନି

26

ଚଳିତ ଆଇପିଏଲରେ ଲଗାତାର ଖରାପ ପ୍ରଦର୍ଶନ କରିବା ପରେ ଟୁର୍ଣ୍ଣାମେଣ୍ଟ ଅଧାରୁ ଚେନ୍ନାଇ ଅଧିନାୟକ ପଦବୀରୁ ଓହରି ଯାଇଛନ୍ତି ରବିନ୍ଦ୍ର ଜାଡେଜା । ୮ ମ୍ୟାଚ୍ ରୁ ୬ ପରାଜୟ ପରେ ସେ ଧୋନୀଙ୍କୁ ପୁଣି ଅଧିନାୟକ ପଦ ଫେରାଇ ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍ ଶନିବାର ଏହି ବିଷୟରେ ସୂଚନା ଦେଇଛି । ଜାଡେଜା ନିଜ ଖେଳ ଉପରେ ଧ୍ୟାନ ଦେବାକୁ ଚାହୁଁଥିବାରୁ ସେ ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ।
ସିଏସକେର ପ୍ରେସ ବିଜ୍ଞପ୍ତି ଅନୁଯାୟୀ “ରବିନ୍ଦ୍ର ଜାଡେଜା ଏବେ ତାଙ୍କ ଖେଳ ଉପରେ ଧ୍ୟାନ ଦେବା ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏମଏସ ଧୋନିଙ୍କୁ ସିଏସକେର ନେତୃତ୍ୱ ନେବାକୁ ଅନୁରୋଧ କରିଛନ୍ତି। ଏମଏସ ଧୋନି ସିଏସକେର ନେତୃତ୍ୱ ନେଇଛନ୍ତି ବୋଲି କୁହାଯାଇଛି ।

Comments are closed, but trackbacks and pingbacks are open.