ଆଇପିଏଲ୍ ୨୦୨୨ , ୬ ରନ ରେ ଦିଲ୍ଲୀ କ୍ୟାପିଟାଲ କୁ ପରାସ୍ତ କରି ,ପଏଣ୍ଟ ଟେବୁଲ ର ୨ୟ ସ୍ଥାନ ରେ ଲକ୍ଷ୍ନୌ

15

ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଚାଲିଥିବା ଆଇପିଏଲର ୪୫ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜIଏଣ୍ଟସ୍ ଦିଲ୍ଲୀ କ୍ୟାପିଟାଲସ ୬ ରନ୍ ରେ ପରାସ୍ତ କରିଛି I ଲକ୍ଷ୍ନୌ ର ଅଧିନାୟକ କେ.ଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।ଲକ୍ଷ୍ନୌ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଥିଲା, ଏହା ର ଜବାବ ରେ ଦିଲ୍ଲୀ କ୍ୟାପିଟାଲସ ଦଳ ୭ ୱିକେଟ୍ ହରାଇ ୧୮୯ ରନ୍ ସ୍କୋର କରିବା ପାଇଁ ସକ୍ଷମ ହୋଇ ପାରିଥିଲା ଦଳ ପକ୍ଷରୁ ଋଷଭ ପନ୍ତ ୪୪ ରନ କରିଛନ୍ତି। ଅକ୍ଷର ପଟେଲ୍ ଅପରାଜିତ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇ ପାରି ନାହାନ୍ତି। ରୋଭମ୍ୟାନ ପାଓ୍ଵେଲ ୩୫ ଏବଂ ମିଚେଲ୍ ମାର୍ଶ ୩୭ ରନ କରିଥିଲେ। ଲକ୍ଷ୍ନୌ ତରଫରୁ ମୋହସିନ ଖାନ ୧୬ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ରବି ବିଷ୍ଣୋଇ ୨୮ ଏବଂ କ୍ରିଷ୍ଣାପା ଗୌତମ ୨୩ ରନ ଦେଇ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ଅନ୍ୟପଟେ ଲକ୍ଷ୍ନୌ ୧୦ଟି ମ୍ୟାଚରୁ ସପ୍ତମ ବିଜୟ ଏବଂ ୧୪ ସହ ପଏଣ୍ଟ ତାଲିକାର ଦ୍ଵିତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ଉତଥାନ ପତନ ଦେଇ ଗତି କରୁଛି। ଦଳ ନବମ ମ୍ୟାଚରୁ ପଞ୍ଚମ ପରାଜୟ ସହିତ ପ୍ଲେ ଅଫ ରେ ପ୍ରବେଶ ମୁସ୍କିଲ ହୋଇ ପଡିଛି।

Comments are closed, but trackbacks and pingbacks are open.