ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ ଦିନକୁ ମାତ୍ର ଗୋଟିଏ ମାତ୍ର କଦଳୀ

20

ପିଲା ଠାରୁ ବୁଢା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ କଦଳୀ ଖାଇବାକୁ ପସନ୍ଦ କରନ୍ତି । ଏଥିସହିତ ଏହା ସମସ୍ତ ଋତୁରେ ମିଳୁଥିବା ଏକ ପ୍ରକାର ଫଳ। କଦଳୀ ଯେତିକି ଖାଇବାକୁ ସ୍ୱାଦିଷ୍ଟ ହୋଇଥାଏ ସେତିକି ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣରେ ରହିଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା କଦଳୀର ଫାଇଦା ଗୁଡିକ ବିଷୟରେ ।

ରକ୍ତ ଚାପ ନିୟନ୍ତ୍ରଣରେ ରହିଥାଏ:
ପୋଟାସିୟମ୍‌ରେ ଭରପୁର କଦଳୀ ଖାଇବା ଦ୍ୱାରା ବ୍ଲଡପ୍ରେସର୍ ନିୟନ୍ତ୍ରଣରେ ରହିଥାଏ । ଏହା ହୃଦରୋଗ ଠାରୁ ମୁକ୍ତି ମିଳିଯାଏ । ପ୍ରତିଦିନ ଗୋଟିଏ କଦଳୀ ଖାଇବା ଶରୀରର ପୋଟାସିୟମର ୯ ପ୍ରତିଶତ ଆବଶ୍ୟକତା ଯୋଗାଇଥାଏ । ତେଣୁ ଉଚ୍ଚ ରକ୍ତଚାପର ରୋଗୀମାନେ ଏହାକୁ ଖାଇବା ଆବଶ୍ୟକ।

ହୃତପିଣ୍ଡ ସୁସ୍ଥ ରହିଥାଏ:
କଦଳୀରେ ଭିଟାମିନ୍, ଆଇରନ୍, ଫାଇବର, ପୋଟାସିୟମ୍, ଫୋଲେଟ୍, ଆଣ୍ଟି-ଅକ୍ସିଡାଣ୍ଟ ଇତ୍ୟାଦି ଭରପୂର ରହିଥାଏ । ଏହା ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରଲ LDL ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି କ୍ଷେତ୍ରରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା କମ୍ ହୋଇଥାଏ ।

କ୍ୟାନ୍ସରରୁ ମିଳିଥାଏ ମିଳିଥାଏ:
କ୍ୟାନ୍ସର ଏକ ମାରାତ୍ମକ ରୋଗ । ଏହାକୁ ଏଡାଇବା ପାଇଁ କ୍ୟାନ୍ସର ରୋଗୀ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ସୁସ୍ଥ ଜିନିଷ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ କଦଳୀ ଖାଇବା ଭଲ ବିକଳ୍ପ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଲେକ୍ଟିନ ଥାଏ ଯାହା କୋଷଗୁଡ଼ିକୁ ଫ୍ରୀ ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏକ ଅଧ୍ୟୟନ ଅନୁଯାୟୀ, ଯଦି ପିଲାଟି ଦିନରୁ କଦଳୀ ଖିଆଯାଏ, ତେବେ କ୍ୟାନ୍ସର ରୋଗ ହେବାର ଆଶଙ୍କା ଅନେକ ଗୁଣା କମ୍ ହୋଇଥାଏ।

ସ୍ମରଣ ଶକ୍ତି ବଢିଥାଏ:
କଦଳୀରେ ଭରପୁର ମାତ୍ରାରେ ପୋଷୋକ ତତ୍ତ୍ୱ ,ଭିଟାମିନ୍, ଆଇରନ୍, ଫାଇବର, ପୋଟାସିୟମ୍, ଫୋଲେଟ୍ପ୍ର ରହିଥାଏ ,ତେଣୁ ଏହା ସମସ୍ତଙ୍କ ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ I ତେଣୁ ଘରେ ପିଲାମାନଙ୍କୁ ପ୍ରତ୍ୟକ ଦିନ ଖାଦ୍ୟରେ ଗୋଟିଏ ଲେଖା କଦଳୀ ଦିଅନ୍ତୁ I କଦଳୀ ଖାଇବା ଦ୍ୱାରା ପିଲାମାନଙ୍କ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

Comments are closed, but trackbacks and pingbacks are open.