ଲାଉ ର ଏହି ସବୁ ସ୍ୱାସ୍ଥ୍ୟକାରୀ ଗୁଣ ବିଷୟରେ ଜାଣନ୍ତୁ

25

ଗ୍ରୀଷ୍ମ ଋତୁରେ ବଜାର ରେ ଲାଉ ବହୁତ ମିଳିଥାଏ I ପରିବା ଭିତରେ ଲାଉ ଏମିତି ଏକ ନିରୋଗ ଓ ସ୍ୱାସ୍ଥ୍ୟକାରୀ ପରିବା ଅନେକ ରୋଗ ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତି ଲାଉ ଖାଇବା ପାଇଁ I କିନ୍ତୁ ଅନେକ ଲୋକ ଲାଉ କୁ ପସନ୍ଦ କରି ନଥାନ୍ତି I ଲାଉ ଓଜନ ହ୍ରାସ କରିବା ଠାରୁ, ହଜମ ହଜମ ପାଇଁ ଅତ୍ୟନ୍ତ ଉପଯୋଗୀ I ଏହା ବ୍ୟତୀତ, ଗ୍ରୀଷ୍ମ ଋତୁରେ ଲାଉ ତରକାରୀ ରେ ଖାଇ ସ୍ୱାସ୍ଥ୍ୟକୁ ଫିଟ୍ ରଖିପାରିବେ I ହୃଦଘାତ, ଶରୀରରେ ଜଳର ଅଭାବ, ଅଧିକ ଗରମରୁ ମୁଣ୍ଡ ବୁଲାଇବା, ନିଶ୍ୱାସ ପ୍ରଶ୍ୱାସ ଭଳି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ,ଆସନ୍ତୁ ଜାଣିବା ଲାଉ ର ୫ ଟି ଉପକାର କଣ ରହିଛି :

ଓଜନ ହ୍ରାସ କରି ଥାଏ
ଓଜନ ହ୍ରାସ କରିବାରେ ମଧ୍ୟ ଲାଉ ବହୁତ ଲାଭଦାୟକ ହୋଇଥାଏ I ଲାଉ ରେ ଭିଟାମିନ୍-ସି, ସୋଡିୟମ୍, ଫାଇବର ଏବଂ ଆଇରନ୍ ଭରପୂର ମାତ୍ରାରେ ଥାଏ I ଏହା ଆପଣଙ୍କର ଓଜନ ମଧ୍ୟ ହ୍ରାସ ପାଇଁ ଖୁବ ଲାଭ ଦାୟକ ପ୍ରମାଣିତ ହୋଇଛି I

୨ . ହାଡ଼ କୁ କରିଥାଏ ଅଧିକ ମଜବୁତ
ଲାଉକୁ ପ୍ରତିଦିନ ତରକାରୀ ରେ ଖାଇବା ଦ୍ୱାରା ଏହା ହାଡକୁ ମଧ୍ୟ ମଜବୁତ କରିଥାଏ କାରଣ ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଜିଙ୍କ ପରି ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆପଣଙ୍କ ଅସ୍ଥି ମଜ୍ଜା କୁ ସୁଦୃଢ କରିଥାଏ I

୩ . ହୃଦଘାତର ଆଶଙ୍କା କମାଇଥାଏ
ଆପଣ ଜାଣନ୍ତି କି ହୃଦଘାତ ରୋଗୀ ମାନଙ୍କ ପାଇଁ ଲାଉ ଅତ୍ୟନ୍ତ ଉପକାରୀ I ଏହା ଛାଡ ସୁସ୍ଥ ଲୋକ ମାନେ ଯଦି ପ୍ରତିଦିନ ରାତ୍ରି ଭୋଜନ ରେ ଲାଉକୁ ତରକାରୀରେ ସାମିଲ କରନ୍ତି ତେବେ ସେମାନଙ୍କର ହୃଦଘାତ ହେବାର ଆଶଙ୍କା ମଧ୍ୟ କମିଯାଏ I ଏହାକୁ ଖାଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ ଏବଂ ଭଲ କୋଲେଷ୍ଟ୍ରଲ ସନ୍ତୁଳିତ ରଖିଥାଏ ଏବଂ ରକ୍ତରେ ଖରାପ କୋଲେଷ୍ଟ୍ରଲ ବଢିବାକୁ ବା ଫ୍ୟାଟ କୁ ରୋକି ଥାଏ I ଏହା ବ୍ୟତୀତ ଲାଉ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ ଇ

୪ . ଧଳା ବାଳ ପାଇଁ ମଧ୍ୟ ଉପଯୋଗୀ
ଯଦି ଅସମୟ ରେ ଆପଣ ବାଳ ପାଚୁଥାଏ ,ତେବେ ବିଳମ୍ବ ନ କରି ଆପଣ ପ୍ରତିଦିନ ତରକାରୀ ରେ ଲାଉ ଖାଆନ୍ତୁ I ଏହା ବାଡ଼ ଯଦି ଆପଣ ପ୍ରତିଦିନ ଏକ କପ ଲାଉରସ ପି’ବେ ତେବେ ବାଳ ପାଚି ନ ଥାଏ I

୫ . ମାନସିକ ଚାପ ମଧ୍ୟ କମ୍ ହୁଏ
ଆଜି କାଲି ର ବ୍ୟସ୍ତ ବହୁଳ ଜୀବନ ଶୈଳୀ ପାଇଁ ଅଧିକାଂଶ ଲୋକ ଚାପରେ ରହୁଛନ୍ତି , ଯେଉଁ କାରଣରୁ ଅନେକ ରୋଗ ଘେରି ରହିବାକୁ ଲାଗେ I ମାନସିକ ଚାପି ରୁ ମୁକ୍ତି ପାଇବା ପାଇଁ ଆପଣ ସକାଳ ଜଳଖିଆ ସହିତ ଲାଉ ତରକାରୀ ଖାଆନ୍ତୁ I ବହୁତ ଅଳ୍ପ ଦିନରେ ଏହାର ପ୍ରଭାବ ବିଷୟ ରେ ଜାଣି ପାରିବେ I

୬.ଡାଇବେଟିସ ପାଇଁ :
ମଧୁମେହ ବା ଡାଇବେଟିସ ପାଇଁ ଲାଉ କୌଣସି ରାମବାଣ ଔଷଧରି କମ ନୁହେଁ ଇ ଡାଇବେଟିକ ରୋଗୀମାନେ ପ୍ରତିଦିନ ସକାଳେ ଖାଲି ପେଟରେ ଲାଉ ରସ ପିଇଲେ ମୋଟାପା କମି ,ରକ୍ତ ସରକାର କୁ କମ କରିଥାଏ I

Comments are closed, but trackbacks and pingbacks are open.