ଶନିବାର ଟିପ୍ସ: ଶନିବାର ଦିନ ଏହି ସବୁ ଜିନିଷ ଭୁଲରେ ମଧ୍ୟ କିଣନ୍ତୁ ନାହିଁ, ବିଗିଡ଼ିପାରେ ପାରିବାରିକ ସମ୍ପର୍କ

23

ହିନ୍ଦୁ ଧର୍ମରେ, ପ୍ରତ୍ୟେକ କାର୍ଯ୍ୟ ପାଇଁ ଦିନ, ବାର ,ତିଥି ,ସମୟ ଓ ମୁହୂର୍ତ୍ତ ଗୁଡିକର ବିଶେଷ ତାତ୍ପର୍ଯ୍ୟ ରହିଛି I ଯାହାଫଳରେ ସେହି ବାର ବା ତିଥିରେ କରାଯାଇଥିବI କୌଣସି କାର୍ଯ୍ୟରେ ଶୁଭ ଫଳାଫଳ ମିଳିପାରିବ I ସେହିପରି ବାସ୍ତୁ ଶାସ୍ତ୍ର ଅନୁଯାୟୀ  ଘରୋଇ ସାମଗ୍ରୀ କିଣିବାରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ବାର ଉପରେ ବିଶେଷ ଧ୍ୟାନ ଦିଆ ଯାଇଛି I କିଛି ସାମଗ୍ରୀ ବାର ଅନୁଯାୟୀ କିଣା ହେଉଥିବାବେଳେ ଆଉ କିଛି ଜିନିଷ କୁ ସେହି ନିର୍ଦ୍ଦିଷ୍ଟ ବାର ରେ କିଣିବାକୁ ବାରଣ କରାଯାଇଥାଏ I  ଠିକ୍ ଯେପରି ଶାସ୍ତ୍ରରେ ଦିନ ସ୍ଥିର ହୋଇଛି ଯେପରି ସକାଳେ ଉଠିବା ଏବଂ ରାତିରେ ଶୋଇବା, ସେହିଭଳି ସାମଗ୍ରୀ କିଣିବା ପାଇଁ ମଧ୍ୟ ବାର ର ପ୍ରଭାବ ରହିଛି I ତେବେ ଶନିବାର କୁ ନେଇ କିଣା କିଣି ର  ଏହି ନିୟମ ବିଷୟରେ ଆସନ୍ତୁ ଜାଣିବା :

ଶନିବାର ଦିନ କେଉଁ ଜିନିଷ କିଣା ଯିବ ଏବଂ କେଉଁ ଜିନିଷ କିଣିବେ ନାହିଁ :

୧ . ବିଶ୍ୱାସ କରାଯାଏ ଯେ ଶନିବାର ଦିନ ଲୁହାରେ ନିର୍ମିତ ଜିନିଷ କିଣିବା କୁ  ବାରଣ କରାଯାଇଛି I ଏହି ଦିନ ଲୁହା ଜିନିଷ କିଣି ଘରକୁ ଆଣିବା ଦ୍ୱାରା ଶନି ଘରକୁ ଆସିଥାନ୍ତି I

୨. ଶନିବାର ଦିନ ଲୁହାରେ ନିର୍ମିତ ଜିନିଷ ଦାନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି I ବିଶ୍ୱାସ କରାଯାଏ ଯେ ଏହି ଦିନ ଲୁହା ସାମଗ୍ରୀ ଦାନ କରିବା ଦ୍ୱାରା ଶନି ଦେବ ଶାନ୍ତ ହୋଇଥାନ୍ତି  I ଏହା ସହିତ ଯେଉଁ ବ୍ୟବସାୟ କ୍ଷତିରେ ଚାଲୁଥିବା ତାହା ଅଚାନକ  ଲାଭ ଦେବା ଆରମ୍ଭ କରିଥାଏ  I ଶନିବାର ଦିନ ଲୁହା ଦାନ କରିବା ଦ୍ୱାରା, ଆପଣଙ୍କୁ  କଳ କ୍ଵଜ୍ଜା , ଲୁହା ଯନ୍ତ୍ରାଂଶ,ବା ଗାଡି ମୋଟର ଜନିତ ଘଟୁଥିବା ଦୁର୍ଘଟଣାରୁ ରକ୍ଷା କରିଥାଏ I

୩ . ଏହି ତେଲ ଦାନ କରିବା ଶୁଭ ବୋଲି ଧରାଯାଏ I କିନ୍ତୁ ଏହି ଦିନ ଭୁଲ ରେ ମଧ୍ୟ ତେଲ କିଣି ଘରକୁ ଆଣନ୍ତୁ ନାହିଁ | ବିଶ୍ୱାସ ରହିଛି ଯେ, ସୋରିଷ ତେଲ ସହିତ ଶଣିଦେବି ଙ୍କ ନିବିଡ଼ ସମ୍ପର୍କ ରହିଛି I ଏହି ଦିନ ଗୋଟିଏ   କଳା କୁକୁରକୁ ସୋରିଷ ତେଲ ରେ କିଛି ମିଠା ଜିନିଷ ତିଆରି କରି ଖାଇବାକୁ ଦିଅନ୍ତୁ I କଳା କୁକୁର ଖାଇବା ଦ୍ୱାରା ଶଣିଦେବି ପ୍ରସନ୍ନ ହୋଇଥାନ୍ତି I

୪ . ଶନିବାର ଦିନ ଲୁଣ, କଳା ରାଶି,ଜୋତା,ଛତା,କିଣିବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍ I ଶନିବାର ଦିନ ଲୁଣ କିଣିବା ଦ୍ୱାରା ବ୍ୟକ୍ତି ଉପରେ ଋଣ ଭାର  ଏବଂ ରୋଗ ବ ପିଛା ଛାଡି ନ ଥାଏ I ସେହିପରି କଳା ରାଶି,ଛତା,ଜୋତା ,ବା କଳା ବସ୍ତ୍ର କିଣି ସହିତ ଶନି ଦେବ ଙ୍କ ସ୍ମାରକ ରହିଥିବାରୁ ଭୁଲ ରେ ମଧ୍ୟ ଏହିଦିନ ଏହାକୁ କିଣି ଘରକୁ ଆଣନ୍ତୁ ନାହିଁ I  ଯଦି ଶନି ଙ୍କୁ ପ୍ରସନ୍ନ କରାଇବା ପାଇଁ ଚାହାନ୍ତି ଶନିବାର ଦିନ ଏହା କୁ ଦାନ କରନ୍ତୁ ଇ

୫ . ଶନିବାର ଦିନ କେବେ ମଧ୍ୟ କଇଁଚି କିଣନ୍ତୁ ନାହିଁ I ଏହା ପଛରେ ଏକ ବିଶ୍ୱାସ ଅଛି ଯେ ଏହି ଦିନ କିଣାଯାଇଥିବା କଇଁଚି ପ୍ରଥମେ ପାରିବାରିକ ସମ୍ପର୍କ ମଧ୍ୟରେ ତିକ୍ତତା ଆଣିଥାଏ I ତେଣୁ ଯଦି ଆପଣ କଇଁଚି  କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଅନ୍ୟ କୌଣସି ବାରରେ କିଣି ପାରିବେ I

୬ . ଯଦି ଆପଣ ଙ୍କ ରାଶିରେ  ଶନି ଚଳନ ଏଡାଇବାକୁ ଚାହାଁନ୍ତି, ତେବେ ଶନିବାର ଦିନ କଳା ରାଶି ଦାନ କରିବା ସହିତ  ଏବଂ ଅଶ୍ୱସ୍ଥ  ଗଛ ମୂଳରେ ରାଶି ତେଲ ର ଦୀପ ଜଳାନ୍ତୁ I ଶନିବାର ଦିନ ଯଦି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥାନ୍ତି ତେବେ କଳା ଜୋତା ମଧ୍ୟ ପିନ୍ଧନ୍ତୁ ନାହିଁ ଏହା କାର୍ଯ୍ୟ ହାନୀ କରିବ I ସେହିପରି ଶନିବାର ଦିନ ପେଟ୍ରୋଲ , ଝାଡୁ କିମ୍ବା କାଗଜ କଲମ ମଧ୍ୟ କିଣନ୍ତୁ ନାହିଁ I ଏହା ବ୍ୟକ୍ତି ର ଅପଯଶ ବଢ଼ାଇଥାଏ I କାଗଜ କଲମ ଏବଂ ଝାଡୁ କିଣିବା ପାଇଁ ଗୁରୁବାର ଦିନ ଅତ୍ୟନ୍ତ ଶୁଭ ହୋଇଥାଏ I ଶନିବାର ଦିନ ଝାଡୁ କିଣିଲେ ଘରକୁ ଦରିଦ୍ରତା ଆସିଥାଏ I ଏହା ସହିତ ଶନିବାର ଦିନ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ  ଉତ୍ତର-ପୂର୍ବ,ଦିଗରେ ଯାତ୍ରାକରନ୍ତୁ ନାହିଁ I ଏହା ସହିତ ବିବାହିତ କନ୍ୟା ମାନେ ଏହିଦିନ ବାପ ଘରୁ ଶାଶୂଘରକୁ ମଧ୍ୟ ଆସନ୍ତୁ ନାହିଁ I

Comments are closed, but trackbacks and pingbacks are open.