ରାସ୍ତା ମଝିରେ ଝିଅ ଏବଂ ସ୍ତ୍ରୀକୁ ଗୁଳି କରି ହତ୍ୟା କରିବା ପରେ , ନିଜକୁ ଗୁଳି ମାରି ଆତ୍ମହତ୍ୟା

33


ବିହାରର ରାଜଧାନୀ ପାଟନାରେ ଗୁରୁବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଦର୍ଗନୀବାଗ ଥାନା ଅଞ୍ଚଳର ପୋଲିସ କଲୋନୀ ନିକଟରେ ଡବଲ ମର୍ଡର ହୋଇଛି। ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ଝିଅକୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି । ଘଟଣାକୁ ନେଇ ମୃତ ମହିଳାଙ୍କ ମାଆ ଶଶିପ୍ରଭା କହିଛନ୍ତି, ତାଙ୍କ ଝିଅ ପ୍ରିୟଙ୍କା ଭାରତୀ ଏବଂ ୧୪ ବର୍ଷିୟ ନାତୁଣୀ ସଂସ୍କୃତି ବେଗୁସରାୟରୁ ଏକ ବିବାହରୁ ଫେରି ପୋଲିସ କଲୋନୀ ସ୍ଥିତ ଭଡା ଘରକୁ ଫେରୁଥିଲେ।

ଶଶିପ୍ରଭା କହିଛନ୍ତି, ଘର ଠାରୁ କିଛି ଦୂରରେ ଜ୍ୱାଇଁ ରାଜୀବ ଠିଆ ହୋଇଥିଲେ । ପତ୍ନୀ ଏବଂ ଝିଅକୁ ଦେଖିବା ପରେ ପାଖକୁ ଆସିଥିଲେ ଏବଂ ଝିଅକୁ ତାଙ୍କ ସହ ଯିବା ପାଇଁ ପଚାରିଥିଲେ । ନା ଶୁଣିବା ପରେ ମରିବା ପାଇଁ ପ୍ରସ୍ତୁତ ହୋଇଯାଅ କହି ନିଜ ଝିଅକୁ ଗୁଳି କରିଥିଲା। ଏହାପରେ ନିଜ ସ୍ତ୍ରୀ ପ୍ରିୟଙ୍କାକୁ ମଧ୍ୟ ଗୁଳି କରି ମାରିଥିଲା। ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା। ଦୁଇ ଜଣଙ୍କୁ ଗୁଳି ମାରିବା ପରେ ନିଜେ ନିଜକୁ ଗୁଳି କରି ନିଜର ଜୀବନ ନେଇଥିଲା।
ସୂଚନା ମୁତାବକ, ରାଜୀବ କୁମାର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ନିଜ ଶାଳି ଶଶି ପ୍ରଭାଙ୍କୁ ବିବାହ କରିଥିଲେ। ଝିଅ ସଂସ୍କୃତି ସହ ରାଜୀବଙ୍କ ସମ୍ପର୍କ ଭଲ ନଥିଲା। ଝିଅ ନିଜ ବାପା ସହ ରହିବାକୁ ଚାହୁଁନଥିଲା। ପାରିବାରିକ କଳହକୁ ନେଇ ରାଜୀବ ଏଭଳି ହତ୍ୟାକାଣ୍ଡ ଘଟାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ପ୍ରିୟଙ୍କା ନିଜ ଝିଅ ସଂସ୍କୃତି ଏବଂ ମାଆ ଶଶିପ୍ରଭାଙ୍କ ସହ ପୂର୍ବତନ ଆଇଜି ବିଏନ ଶର୍ମାଙ୍କ ଘରେ ଗତ ୬ ବର୍ଷ ଧରି ଭଡାରେ ରହି ଆସୁଥିଲେ। ଘଟଣାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। କାହିଁକି ରାଜୀବ ଏଭଳି ହତ୍ୟାକାଣ୍ଡ ଘଟାଇଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Comments are closed, but trackbacks and pingbacks are open.