IPL 2022 : ମୁହାଁ ମୁହିଁ ହେବେ ଡିସି ବନାମ କେକେଆର୍ ଡ୍ରିମ୍ ୧୧ ଟିମ୍

30

ଆଜି ର ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ ଦଳ ‘ନୋ ବଲ’ ବିବାଦ କୁ ଭୁଲି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ରେ ଆଜି ସନ୍ଧ୍ୟା ରେ ମୁହାଁ ମୁହିଁ ହେବାକୁ ଯାଉଛି I ଦିଲ୍ଲୀ ଶେଷ ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସକୁ ୧୫ ରନ୍ ରେ ହରାଇଥିଲା। ତେବେ ନୋ-ବଲକୁ ହାଇ ଫୁଲ୍ ଟସ୍ ପ୍ରଦାନ କରାଯିବା ନେଇ ବିବାଦ ଥିବାରୁ ଏହି ମ୍ୟାଚ୍ ଖବରରେ ଥିଲା, ଏହା ପରେ ଦିଲ୍ଲୀର ସହକାରୀ ପ୍ରଶିକ୍ଷକ ପ୍ରବୀଣ ଆମ୍ରେଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବାରଣ କରାଯାଇଥିଲା। ସେହିପରି କରୋନା ସଂକ୍ରମଣ ଯୋଗୁଁ ଦିଲ୍ଲୀ କ୍ୟାପିଟାଲସ ରେ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗ କ୍ଵରେଣ୍ଟାଇନ ରେ ଥିବାବେଳେ ଏହି ମ୍ୟାଚ୍ ଦେଖିଥିଲେ। ସେ ବର୍ତ୍ତମାନ ଫେରିଛନ୍ତି ଏବଂ ଟୁର୍ନାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରେ ଦଳ ଆବଶ୍ୟକ ଗତି ହାସଲ କରିବାକୁ ସକ୍ଷମ ହେବ ବୋଲି ସେ ଆଶା କରୁଛନ୍ତି। ସାତୋଟି ମ୍ୟାଚରୁ ଦିଲ୍ଲୀ ର ତିନୋଟି ବିଜୟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ଥିବାବେଳେ କେକେଆର୍ ଶେଷ ଚାରିଟି ମ୍ୟାଚ୍ ହାରି ଅଷ୍ଟମ ସ୍ଥାନରେ ରହିଛି। ପ୍ଲେ-ଅପ୍‌ରେ ପ୍ରବେଶ କରିବାକୁ ହେଲେ ପଏଣ୍ଟ ତାଲିକାର ପ୍ରଥମ ୪ଟି ସ୍ଥାନ ମଧ୍ୟରେ ସ୍ଥାନ ବଜାୟ ରଖିବା ଜରୁରି । ତେଣୁ ବିଜୟ ପାଇଁ ଉଭୟ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

ଗତ ୧୦ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । କ୍ୟାପିଟାଲ୍ସ ଉକ୍ତ ମ୍ୟାଚ୍‌କୁ ୪୪ ରନ୍‌ରେ ଜିତିଥିଲା । ଏଥର ନାଇଟ ରାଇଡର୍ସ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । କେବଳ ଅଧିନାୟକ ଶ୍ରେୟାସ ଆୟରଙ୍କୁ ଛାଡ଼ିଦେଲେ ନାଇଟ ରାଇଡର୍ସର ଅନ୍ୟ କୌଣସି ବ୍ୟାଟର ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରୁ ନାହାନ୍ତି । ଏଣିକି ଅନ୍ୟମାନଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ଦଳର ବୋଲିଂ ବିଭାଗ ସୁଦୃଢ ରହିଛି । କେବଳ ବ୍ୟାଟିଂ ବିଭାଗ ସଫଳ ହେଲେ ନାଇଟ ରାଇଡର୍ସ ପୁଣି ଥରେ ବିଜୟ ଧାରାକୁ ଫେରିବ ।

କ୍ୟାପିଟାଲ୍ସ ଦଳରେ ମଧ୍ୟ ବ୍ୟାଟିଂ ବିଭାଗର ତ୍ରୁଟି ଦେଖିବାକୁ ମିଳିଛି । ପୃଥ୍ୱୀ ଶ’ ଓ ଡେଭିଡ୍‌ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଅର୍ଦ୍ଧଶତକ ଅର୍ଜନ କରିପାରି ନାହାନ୍ତି । ରିଷଭ ପନ୍ତ, ସର୍ଫରାଜ ଖାନ ମଧ୍ୟ ଭାଗରେ ସଫଳ ହେବା ଆବଶ୍ୟକ । ଦଳର ବୋଲିଂ ବିଭାଗ ସନ୍ତୁଳିତ ରହିଛି ।କୁଲଦୀପ ଯାଦବଙ୍କ ଉପରେ ନଜର ରହିବ । ପୂର୍ବ ମ୍ୟାଚ୍‌ରେ ସେ ୪ଟି ୱିକେଟ୍‌ ନେଇ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଆସନ୍ତା କାଲି ତାଙ୍କ ପାଇଁ ନାଇଟ ରାଇଡର୍ସ ବ୍ୟାଟରଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ।

ଦିଲ୍ଲୀ କ୍ୟାପିଟାଲସ ଡ୍ରିମ ୧୧ : ଋଷଭ ପନ୍ତ (କ୍ୟାପଟେନ), ଅଶ୍ୱିନ୍ ହେବର, ଡେଭିଡ ୱାର୍ନର, ମନଦୀପ ସିଂ, ପୃଥ୍ଵୀ ସ, ରୋଭମାନ ପାୱେଲ ,ଏନରିକ ନର୍କିଆ, ଚେତନ ସାକରିଆ, ଖାଲିଲ ଅହମ୍ମଦ, କୁଲଦୀପ ଯାଦବ, ଲୁଙ୍ଗି ନିଗିଡି, ମୁସ୍ତାଫିଜୁର ରହମାନ, ଶାର୍ଦୁଲ ଠାକୁର, , ଲଲିତ ଯାଦବ, ମିଚେଲ ମାର୍ଶ, ପ୍ରବୀଣ ଦୁବେ, ରିପଲ ପଟେଲ, ସରଫରାଜ ଖାନ, ବିକି ଓଷ୍ଟୱାଲ, ୟଶ ଧୂଲ , କେ.ଏସ୍ ଭରତ ଏବଂ ଟିମ୍ ସେଫର୍ଟ

କୋଲକତା ନାଇଟ ରାଇଡ଼ର୍ସ ଡ୍ରିମ ୧୧ : ଆରୋନ୍ ଫିଞ୍ଚ, ଅଭିଜିତ୍ ତୋମାର , ଅଜିଙ୍କ୍ୟ ରାହାନେ, ବାବା ଇନ୍ଦରଜିତ୍, ନୀତୀଶ ରାଣା, ପ୍ରଥାମ୍ ସିଂ, ରିଙ୍କୁ ସିଂ, ଶ୍ରେୟସ୍ ଆୟର୍, ଅଶୋକ ଶର୍ମା, ପ୍ୟାଟ୍ କମିନ୍ସ, ରସିଖ ଦାର୍, ଶିବମ୍ ମାଭି, ଟିମ୍ ସାଉଥେ, ଉମେଶ ଯାଦବ ଖାନ, ଆଣ୍ଡ୍ରେ ରସେଲ, ଅନୁକୁଲ ରୟ, ଚାମିକା କରୁଣାତ୍ନେ, ମହମ୍ମଦ ନାବି, ରମେଶ କୁମାର, ସୁନୀଲ ନାରିନ, ଭେଙ୍କଟେଶ ଆଇୟର, ସାମ୍ ବିଲିଙ୍ଗସ୍, ଶେଲଡନ୍ ଜ୍ୟାକସନ

Comments are closed, but trackbacks and pingbacks are open.