ଟ୍ୱିଟରକୁ କିଣିବା ପରେ’ଏଲନ ମସ୍କ’ଙ୍କ ନୂଆ ଘୋଷଣା, ଏବେ କୋକା କୋଲା ପାଳି

105

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର କୁ କିଣିବା ପରେ ବର୍ତ୍ତମାନ ଟେସଲା ସିଇଓ ଏଲୋନ୍ ମସ୍କ କୋକାକୋଲା ଉପରେ ନଜର ପକାଇଛନ୍ତି I ଟ୍ୱିଟର କିଣିବା ପରଠାରୁ ଏଲୋନ୍ ମସ୍କ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି I ତେବେ ଏଲନ ମସ୍କ କୋକାକୋଲା କିଣିବେ ବୋଲି ଟ୍ୱିଟ୍ କରିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ସେ ଟ୍ୱିଟ୍ କରି ଗୋଟିଏ ବାକ୍ୟରେ ମୁଁ ଏବେ କୋକା କୋଲାକୁ କିଣିବି ବୋଲି ଲେଖିଛନ୍ତି। ମଙ୍ଗଳବାର ମସ୍କ ୪୪ ବିଲିଅନ ଡଲାରରେ ୧୦୦ ପ୍ରତିଶତ ଟ୍ୱିଟରକୁ କିଣିନେଇଛନ୍ତି। ଯାହାର ସେୟାର ହେବ ୫୪.୨୦ ଡଲାର।

ଟ୍ୱିଟରରେ ଆକ୍ଟିଭ୍ ଏଲନ୍

ଏହାସହ ସେ ଆଉ ଅକ ଟ୍ୱିଟ୍ କରି ଚମତ୍କାର କରିପାରିବେ ନାହିଁ ବୋଲି କହିଛନ୍ତି ।ନିକଟରେ ସେ ଟ୍ୱିଟରକୁ କ୍ରୟ କରିଥିବା ଟ୍ୱିଟ୍ କରିଥିଲେ । ଏଥିପାଇଁ ସେ ୪୪ ବିଲିୟନ ଡଲାର ବା ୩୩୬୮ ଅରବ ଟଙ୍କା ଖର୍ଚ୍ଚ କରିଥିଲେ । ଏହାସହ ସେ କହିଥିଲେ ଯେ, ବାକ୍ ସ୍ୱାଧିନତାକୁ ସେ ସମର୍ଥନ କରନ୍ତି । ଏହା ଉପରେ ସେ ଲଗାତର କାମ କରିବେ ବୋଲି କହିଥିଲେ ।

Comments are closed, but trackbacks and pingbacks are open.